/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635329989.jpg)
Naveen Patnaik
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ସମ୍ପର୍କରେ ବୋଧହୁଏ ଜାଣିନାହାଁନ୍ତି ମୁଖ୍ୟମନ୍ତ୍ରୀ। ନଚେତ ଏଭଳି ଚୁପ୍ କାହିଁକି ରୁହନ୍ତେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ମମିତାଙ୍କ ପରିବାରକୁ ଭେଟି ଫେରିବା ପରେ ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି ଦଳୀୟ ସଭାପତି କହିଛନ୍ତି, ୯ ବର୍ଷର ମିଳିତ ଶାସନରେ ତାଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖିଛୁ । ମାହାଙ୍ଗା ଡବଲ ମର୍ଡର ଏତଲାରେ ଆଇନ ମନ୍ତ୍ରୀଙ୍କ ନାଁ ରହିଲା ।ମାତ୍ର ଚାର୍ଜସିଟ୍ ବେଳକୁ ଆଇନ ମନ୍ତ୍ରୀଙ୍କ ନାଁକୁ ବାଦ୍ ଦିଆଗଲା। ପରେ ସାନି ତଦନ୍ତ ପାଇଁ ସୁପାରିସ ହେଲା ସିନା କାର୍ଯ୍ୟକାରୀ ହେଲାନି।
Also Read
ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଚିନ୍ତାଜନକ ଘଟଣା। ଅଥଚ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଜଣା ନାହିଁ କିମ୍ବା ଜଣାଇ ଦିଆଯାଉ ନାହିଁ ବୋଲି ପ୍ରେସମିଟରେ ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେହିଭଳି ପୂର୍ବତନ ଡିଜିପି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ମଧ୍ୟ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେମିତି ବାଡ଼ ଡେଇଁ ପଳାଇଲା ଗୋବିନ୍ଦ, ବିଦ୍ୟୁତ କଟିଲା କେମିତି, ଗୋବିନ୍ଦର ଏତଲା ଲେଖା ଆଦି ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରକାଶ ମିଶ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)