• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସରକାରଙ୍କ ଉଦାସୀନ ମନୋଭାବକୁ ବି ଦାୟୀ କଲେ ଶିଳ୍ପୀ

  • ପରିବାର ଚଳାଇବା ଚିନ୍ତାରେ ମାହାଙ୍ଗା ଲଳିତଗିରିର ପଥର ଶିଳ୍ପୀ

ସାଲେପୁର(ମନୋଜ ଆଚାର୍ଯ୍ୟ ) : ପଥର କାରିଗରଙ୍କ ବେଉସା ବୁଡ଼ିବାକୁ ବସିଲାଣୀ । ଆଗଭଲି ଆଉ ରୋଜଗାର ନାହିଁ । ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ, ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା । ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ । କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।

କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି । କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ । ପଥରରେ ଖୋଦେଇ କରି ଭଳିକି ଭଳି ଦେବାଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି । ଏହାସହ ରକମର ରକମର ସୁନ୍ଦର ଚଉରା । ଆଉ ପ୍ରତିଟି କଳାକୃତିର କାରିଗରି ବେଶ ସୁନ୍ଦର ଓ ନିଖୁଣ ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହେଉଥିବା କାରିଗରୀ ଶିଳ୍ପ ଦେଖିବାକୁ ମିଳେ । ହେଲେ କରୋନା କଟକଣା ଓ ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଏବେ ଏହି ଶିଳ୍ପୀମାନଙ୍କ ବେଉସା ବୁଡିବାକୁ ବସିଥିବା ଅଭିଯୋଗ କରିଛନ୍ତି ।

ଲଳିତଗିରିର ପଥର ମୂର୍ତ୍ତିର ଚାହିଦା ଅନେକ ଏଠାକାର ବୁଦ୍ଧ ମୂର୍ତ୍ତି ବିଶ୍ୱ ପ୍ରସିଦ୍ଧ । ଜାପାନ, ଚୀନ୍ ଆଦି ଦେଶକୁ ବହୁ ସଂଖ୍ୟାରେ ବୁଦ୍ଧ ମୂର୍ତ୍ତି ରପ୍ତାନୀ ହୁଏ । ଏହାସହ ମେଳା ମହୋତ୍ସବରେ ମଧ୍ୟ ଭଲ ବେପାର ହୁଏ । ହେଲେ କରୋନା ପରଠୁ ସବୁ ଠପ୍ ହୋଇଯାଇଛି । ନା ରାଜ୍ୟ ଭିତରେ ନା ବାହାରେ ବେପାର ଜମୁଛି । ଏପରି ଅବସ୍ଥାରେ କେମିତି ଚଳିବ ପରିବାର ସେନେଇ ଚିନ୍ତାରେ ଶିଳ୍ପୀ । ସରକାର ଏନେଇ କିଛି ସହାୟତା କରିବାକୁ ନିବେଦନ କରିଛନ୍ତି ଶିଳ୍ପୀମାନେ ।