/odishatv-khabar/media/post_attachments/uploadimage/library/16_9/16_9_0/Covid_Test_1638693942.jpeg)
Covid Test
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ପାଇଁ କମିଛି ଟେଷ୍ଟିଂ। ଓଡ଼ିଶାରେ ଟେଷ୍ଟିଂ କମିବା ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ କେନ୍ଦ୍ର ସରକାର ଉଦବେଗ୍ ପ୍ରକାଶ କରିବା ପରେ ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ବାତ୍ୟା ଯୋଗୁଁ ଟେଷ୍ଟିଂ କିଛି ମାତ୍ରାରେ କମିଛି କିନ୍ତୁ ଗତକାଲିଠୁ ଟେଷ୍ଟିଂ ହାର ପୁଣି ବଢ଼ାଯାଇଛି। ୬ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ତେବେ ଏଥିରେ ହ୍ରାସ ପରିଲଖିତ ହୋଇଛି। ହାରାହାରି ସଂଖ୍ୟା ଉପରେ ନଜର ପକାଇଲେ ବି ଓଡ଼ିଶା ଜାତୀୟ ହାର ତୁଳନାରେ ଆଗରେ ରହିଛି।
ସେ ଆହୁରି କହିଛନ୍ତି ଯେ ପ୍ରତି ଲକ୍ଷେରେ ଦେଶରେ ୨୬୮୫ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ୪୫୪୨ ଟେଷ୍ଟିଂ ହେଉଛି। ସେହିଭଳି ମୃତ୍ୟୁହାର ଜାତୀୟସ୍ତରରେ ୧.୩ ପ୍ରତିଶତ ଥିବା ବେଳେ ରାଜ୍ୟରେ ୦.୮ ପ୍ରତିଶତ ରାଜ୍ୟରେ ରହିଛି। ତେଣୁ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଓଡ଼ିଶାରେ ଟେଷ୍ଟିଂ କମିବା ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।
ତେବେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପ୍ରତିଟି ଯାତ୍ରୀଙ୍କ ଉପରେ ତର୍ଜମା କରାଯାଉଛି। ଆଜି ଏନେଇ ସୂଚନା ଦେଉଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟକୁ କେତେ ଲୋକ ବିଦେଶରୁ ଆସୁଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ଜଣାଯାଉଛି। ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ବାବଦରେ ସ୍ଥାନୀୟ ପ୍ରଶାସନକୁ ଜଣାଯାଉଛି। ପ୍ରଥମ ୭ ଦିନ ସଙ୍ଗରୋଧ ଓ ଅନ୍ୟ ୭ ଦିନ ଅବଜରଭେସନରେ ରଖାଯିବାକୁ ବି କୁହାଯାଇଛି। ୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯାଇଛି।
ତାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି କେନ୍ଦ୍ର ଠାରୁ ତଥ୍ୟ ବି ଅଣାଯାଉଛି। ସେହିପରି ଜିଲ୍ଲା ସ୍ତରରେ ବି ଏନେଇ ସଜାଗ ରହିଛି ପ୍ରଶାସନ। ଝାରସୁଗୁଡ଼ା ବିମାନବନ୍ଦରରେ କେତେ ଜଣ ଆସୁଛନ୍ତି ? ଓମିକ୍ରନ୍ ପ୍ରଭାବିତ ଦେଶରୁ ଫେରୁଥିଲେ ଏମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)