• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମୁମ୍ବାଇ: ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ। ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍‌ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି।

ଭାରତ ପ୍ରଥମ ଇଂନିସ୍‌ରେ ୩୨୫ ଓ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସ୍‌ରେ ୬୨ ରନ୍‌ରେ ସୀମିତ ରହିଥିଲା। ସେହିପରି ଦ୍ୱିତୀୟ ଇଂନିସ୍‌ରେ ଭାରତ ୭ ୱିକେଟ୍‌ ୨୭୬ ସଂଗ୍ରହ କରି  ପାଳି ଘୋଷଣା କରିଥିଲା।  ଅକ୍ଷର ପଟେଲ୍ ଧୂଆଁଧାର ବ୍ୟାଟିଂ କରିଥିଲେ, ଯାହା ବଳରେ ଭାରତ ୨୭୬ ରନରେ ପହଞ୍ଚି ପାରିଥିଲା। ଅକ୍ଷର ମାତ୍ର ୨୬ ବଲରେ ୩ ଚୌକା ଓ ୪ ଛକା ସହ ଦ୍ରୁତ ଅପରାଜିତ ୪୧ ରନ୍ କରିଥିଲେ। ଜୟନ୍ତ ଯାଦବ (୬)ଙ୍କ ଆଉଟ୍ ସହ ଭାରତ ଇନିଂସ୍ ଘୋଷଣା କରିଥିଲା। କିୱି ଟିମ୍ ପକ୍ଷରୁ ଏଜାଜ ୪ଟି ଓ ରବୀନ୍ଦ୍ର ୩ଟି ୱିକେଟ୍ ହାସଲ କରିଥିଲେ।

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।