ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା । ବାତ୍ୟା ସିନା ଆସିଲାନି କିନ୍ତୁ ସବୁ ଛାରଖାର କରିଦେଲା ।
ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି ।
ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।