Advertisment

ବାତ୍ୟା ଦେଇଗଲା ଦୁଃଖ, ଫସଲ ନଷ୍ଟ ହୋଇଯିବାରୁ ଜୀବନ ହାରିଲେ ଚାଷୀ !

ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Farmer Allegedly Kills Self

Farmer Allegedly Kills Self

ବ୍ରହ୍ମପୁର: ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଚାଷୀଙ୍କ ନାଁ କୈଳାସ ଶବର। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ପରିବାର ଲୋକଙ୍କ କହିବା ଅନୁଯାୟୀ, ୨ ଏକର ଜମିକୁ କୈଳାସ ଭାଗରେ ନେଇ ଚାଷ କରୁଥିଲେ। ଗତକାଲି ସକାଳେ ସେ ଫସଲ ଦେଖିବାକୁ ଯାଇଥିଲେ। ତେବେ ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଏହା ଦେଖି ସେ ସହି ପାରି ନଥିଲେ। ଶେଷରେ ସେ କୀଟନାଶକ ଔଷଧ ଖାଇଦେଇଥିଲେ।

କୈଳାସଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହପୁର ପଠାଯାଇଥିଲା।

Advertisment
Farmer Crop Damage Cyclone Jawad
Advertisment
Advertisment