• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୂବନେଶ୍ୱର: ଓମିକ୍ରନ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । ବିଦେଶ ଫେରନ୍ତାଙ୍କର ନିୟମିତ ତର୍ଜମା କରାଯାଉଛି । କେତେ ଲୋକ ବିଦେଶରୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ସୂଚନା ଦିଆଯାଉଛି । ବିଦେଶ ଫେରନ୍ତାଙ୍କ ବାବଦରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାନ୍ତୁ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି ଶ୍ରୀ ମିଶ୍ର । ବିଦେଶ ଫେରନ୍ତା ୭ ଦିନ ସଙ୍ଗରୋଧ, ୭ ଦିନ ଅବଜରଭେସନରେ ରହିବାକୁ ମଧ୍ୟ ସେ କହିଛନ୍ତି । ୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ନିୟମିତ ତଥ୍ୟ ଅଣାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କର ନମୁନା ପଳରୀ କଣ୍ଟାକ୍ଟ ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି । କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।

ଗତକାଲି ଦେଶରେ କର୍ଣ୍ଣାଟକ, ଗୁଜରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଥିଲା । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଛନ୍ତି ରାଜ୍ୟ ସରକାର । ୩ ଦିନ ତଳେ କର୍ଣ୍ଣାଟକରୁ ୨ ଓ ଗତକାଲି ଗୁଜରାଟରୁ ଜଣେ ଚିହ୍ନଟ ହୋଇଥିଲେ । ଗୁଜରାଟ ଜାମନଗରର ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପଟେ ଅନ୍ତର୍ଜାତୀୟ ପାସେଞ୍ଜରଙ୍କ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଦ୍ୟାଳୟ ଗୁଡିକରେ ସଂକ୍ରମଣ ମୁକ୍ତ ଶିକ୍ଷା ଦାନ ଲାଗି ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । ତାଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।