କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା(DA) ବୃଦ୍ଧି ପରେ ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ HRA(House Rent Allowance) ବୃଦ୍ଧି ହୋଇପାରେ।
ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଦିଲ୍ଲୀ ଇଣ୍ଡିଆ ଗେଟ୍ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ।
ଏବେ ଚାଲିଛି ବିବାହର ଋତୁ । ତେବେ ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଁ ଥିବେ । ତେବେ ଜାଣି ନିଅନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୩,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି।
ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ହେଲେ ଦେବଦୂତ ସାଜି ରାଡାର୍ କଣ୍ଟ୍ରୋଲର୍ ୪୦୦ରୁ ଅଧିକ ଜୀବନ ବଞ୍ଚାଇ ଦେଇଛନ୍ତି। ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗାଲୁରୁର କେମ୍ପେଗ୍ୱାଡ଼ା ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। କାହିଁକି ଏଭଳି ଅଘଟଣ ଘଟିଲା, ତା’ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।
ବୁଧବାର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଅରୁଣାଚଳ ପ୍ରଦେଶର ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିଲା ।
ମଝି ଆକାଶରେ ୩ ହଜାର ଫୁଟ୍ ଉପରେ ଘଟିଥାନ୍ତା ବଡ଼ ଅଘଟଣ। ଧକ୍କା ହୋଇଥାନ୍ତା ୨ଟି ଉଡ଼ନ୍ତା ବିମାନ। ଆଉ ନିମିଷକେ ମଧ୍ୟରେ ଚାଲି ଯାଇଥାନ୍ତା ୪୦୦ରୁ ଅଧିକ ଜୀବନ।
ଗତ ୭ ତାରିଖରେ ୨ଟି ଇଣ୍ଡିଗୋ ବିମାନ ବେଙ୍ଗଳୁରୁରୁ ଉଡ଼ାଣ ଆରମ୍ଭ କରିବା ପରେ ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯିବା ଘଟଣାରେ ସାମ୍ନାକୁ ଆସିଲା ପ୍ରକୃତ କାରଣ ।
ଆମେରିକାରେ ଫାଇଭ୍ ଜି ସେବା ପ୍ରଚଳନ ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠାରୁ ବିମାନ ଚଳାଚଳ କାଣ୍ଟଛାଣ୍ଟ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାୟାଇଛି । ତେବେ ବିମାନ ଚଳାଚଳ ପୁଣି କେବେ ସ୍ୱାଭାବିକ ହେବ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଅଛି।
ସର୍ଜରୀ ପରେ ନୂଆ ଜୀବନ ଫେରି ପାଇଲେ ମହିଳା। Thyroid ସର୍ଜରୀ ପରେ ମହିଳା ଜଣକ କହିବା ଶକ୍ତି ହରାଇ ଥିଲେ। ନା କଥା କହିପାରୁଥିଲେ, ନା ଠିକ୍ ଭାବେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିଲେ।
ଯାଦବ ପରିବାରର ଜଣେ ସଦସ୍ୟଙ୍କୁ ଦଳରେ ମିଶାଇ ବିଜେପି ସମାଜବାଦୀ ପାର୍ଟିକୁ ଏକ ଝଟକା ଦେଇଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତି ଉପରେ ଢେର୍ ପ୍ରଭାବ ପକାଇଛି ।
ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଏହା ପୂର୍ବରୁ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍କା ଲାଗିଛି। ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ଏଥର କୌଣସି ମନ୍ତ୍ରୀ କି ନେତା ସାଧାରଣତନ୍ତ୍ର ଦିବସରେ ନିଜର ଆତ୍ମ ପ୍ରଚାର କିମ୍ବା ସରକାରୀ ସଫଳତା ବଖାଣିପାରିବେନି ।
ଏହି ବିସ୍ଫୋରଣରେ ୩ ଜଣ ସହିଦ ହୋଇଥିବା ନେଇ ଆଶଙ୍କା କରାଯାଉଛି।
ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।
କରୋନା ଟିକାକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଭ୍ୟାକ୍ସିନ ନେବା ପାଇଁ ବାଧ୍ୟ ନୁହନ୍ତି ଜନତା। ଏମିତିକି କରୋନା ଟିକାର ପ୍ରମାଣ ପତ୍ର କୌଣସି ସ୍ଥାନରେ ଦାଖଲ କରିବା ଜରୁରୀ ନୁହେଁ
ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।
କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନୂଆ ଟୋକେନ୍ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ।
କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଏଇଟ୍ ସିଟର୍ ଯାଏଁ ସବୁ କାର୍ରେ ବାଧ୍ୟତାମୂଳକ ହେବ ୬ ଏୟାର ବ୍ୟାଗ୍ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ଅର୍ଥାତ୍ ଅକ୍ଟୋବର ପରଠାରୁ ବଜାରକୁ ଆସିବାକୁ ଥିବା ସବୁ ଏମ୍-ଓ୍ୱାନ୍ ବର୍ଗର ଯାନବାହନ ଅର୍ଥାତ ଆଠ ସିଟ୍ ଯାଏଁ କ୍ଷମତା ବିଶିଷ୍ଟ ସବୁ କାର୍ରେ ଲାଗିବ ଅତିକମ୍ରେ ୬ଟି ଏୟାର ବ୍ୟାଗ୍ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୧୯ ଜୁଲାଇରୁ ଦେଶରେ ଡ୍ରାଇଭର ଏୟାର ବ୍ୟାଗ୍କୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୨ ଜାନୁଆରୀ ପହିଲାରୁ ସହ-ଯାତ୍ରୀ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।