• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

amlila-controversy
ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣ କଲେ ଦିଲ୍ଲୀ ଏମ୍ସର କିଛି ଛାତ୍ର : ଗିରଫଦାରୀ ଦାବି ପରେ କ୍ଷମାପ୍ରାର୍ଥନା କଲେ . . .

ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି

Uttarakhand
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା : କେଦାରନାଥ ଯାତ୍ରା ଉପରେ ରୋକ୍

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ କେଦାରନାଥ ଯାତ୍ରା ଉପରେ ରୋକ୍ । ଅକ୍ଟୋବର ୧୭ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚାରିଧାମ ସମେତ ଅଧିକାଂଶ ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି

53 Egyptian Vultures Seen At Yamuna River In Delhi
ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

ଦିଲ୍ଲୀର ଯମୁନା ନଦୀରେ ବୁଲୁଛନ୍ତି ଶାଗୁଣା

Water Logging & Landslide In Kerala Due To Heavy Rain
କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

କେରଳରେ ପ୍ରବଳ ବର୍ଷା, ୧୫ରୁ ଅଧିକ ଜୀବନ ଗଲାଣି

Self Defence Training Programme Of Girls By Jammu & Kashmir Police
ସାବଧାନ୍ ହେଇଯା ଆମେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଉଛୁ

ଜମ୍ମୁ-କାଶ୍ମୀରର ଉଧାମପୁର ଜିଲ୍ଲା ପୋଲିସ୍ ସ୍ଥାନୀୟ ଯୁବତୀ ମାନଙ୍କୁ ଶିଖାଉଛି ଆତ୍ମରକ୍ଷା କୌଶଳ। ଦେଖନ୍ତୁ ଏହାର ଝଲକ୍

hotel cook
ରୁଟିରେ ଛେପ ଲଗାଇ ଲୋକଙ୍କୁ ପରଷି ଦେଉଥିଲା ରୋଷେୟା : ଭିଡିଓ ଭାଇରାଲ୍ ହେବା ପରେ ବାନ୍ଧିଲା ପୋଲିସ୍

ଗ୍ରାହକଙ୍କ ବିଶ୍ୱାସରରେ ବିଷ । ଖାଇବା ନାଁରେ ଲୋକଙ୍କୁ ଧୋକା ଦେଉଥିଲେ ରୋଷେୟା । ଛେପ ଲଗାଇ ରୁଟି ସେକିବାର ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

India Celebrates Completion Of 50 Years Of Victory Against Pakistan In 1971
୪ଟି ମଶାଲ ଶୋଭାଯାତ୍ରା ଆରମ୍ଭ

୧୯୭୧ ପାକିସ୍ତାନ ବିରୋଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତବର୍ଷ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।

Intelligence Dept Warns Threat From Another Terrorist Organisation Backed By ISI
ISI ସମର୍ଥିତ ନୂଆ ଆତଙ୍କବାଦୀ ସଂଗଠନ ଖବର ଦେଲା ଗୁଇନ୍ଦା

କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା।

gajiabad
ବାଲକୋନୀରେ ଖେଳୁଥିବା ସମୟରେ ୨୫ ମହଲା କୋଠାରୁ ଖସିପଡ଼ି ଯାଆଁଳା ଭାଇ ମୃତ

ଖେଳ ହେଲା କାଳ । ମା’ର କୋଳଶୂନ୍ୟ କରି ଆରପାରିକୁ ଚାଲିଗଲେ ଦୁଇ ପୁଅ । ବାଲକୋନୀରେ ଖେଳୁଥିବା ସମୟରେ ୨୫ ମହଲା ଉପରୁ ଖସିପଡ଼ିଲେ ଯାଆଁଳା ଭାଇ । ଉତ୍ତରପ୍ରଦେଶର ଗାଜିଆବାଦରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ।

Attack With Crude Bombs
ଦୁର୍ଗା ମୂର୍ତ୍ତି ବିସର୍ଜନ ସାରି ଫେରୁଥିବା ବେଳେ ଲୋକଙ୍କ ଉପରକୁ ବୋମାମାଡ଼, ଗାଡ଼ି ଭଙ୍ଗାରୁଜା

ଦୁର୍ଗା ମୂର୍ତ୍ତି ବିସର୍ଜନ କରି ଘରକୁ ଫେରୁଥିବା ବେଳେ ଲୋକଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଦେଶୀ ବୋମା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାସହ ଘଟଣାସ୍ଥଳରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ଅନେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। 

18 Dead, More Than 20 Missing As Heavy Rains Lash Kerala
କେରଳ ବର୍ଷାରେ ଗଲାଣି ୧୮ ଜୀବନ

କେରଳରେ ପ୍ରବଳ ବର୍ଷା ହେତୁ ଭୁସ୍ଖଳନ ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି।

70 YEARS WOMEN
୭୦ ବର୍ଷରେ ମାଆ ହେଲେ ବୃଦ୍ଧା

୭୦ ବର୍ଷରେ ମାଆ ହେଲେ ବୃଦ୍ଧା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଗୁଜରାଟ କଚ୍ଛମୋରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭାଲୁ ଭାଇ ଓ ପତ୍ନୀ ଜିଲୁ ହେଉଛନ୍ତି ଗାଁର ଏକ ବୃଦ୍ଧ ଦମ୍ପତ୍ତି ।

Kerala Rain
କେରଳରେ ବର୍ଷା ବିତ୍ପାତ: ଚାଲିଗଲା ୧୮ ଜୀବନ, ୨୦ରୁ ଅଧିକ ନିଖୋଜ

କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। 

Kailash Kher
କୈଳାଶଙ୍କ କଣ୍ଠରେ ଟିକାକରଣ ଆଥମ୍ ସଙ୍ଗ, କେନ୍ଦ୍ରମନ୍ତ୍ରୀ କଲେ ଟ୍ୱିଟ୍‌ ! ଦେଖନ୍ତୁ ଭିଡିଓ..

ଟିକାକରଣ ଆଥମ୍ ସଙ୍ଗ ରିଲିଜ୍ । ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଖେର୍ ଏହାକୁ ଗାଇଛନ୍ତି ଏବଂ ସଂଯୋଜନା ବି କରିଛନ୍ତି । ଦେଶରେ କରୋନା ଟିକାକରଣକୁ ଅଭୂତପୂର୍ବ ସଫଳତା ମିଳିବା ପରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୈଳାସ ।

Car Accident
ଭସାଣ ଶୋଭାଯାତ୍ରା ବେଳେ ପୁଣି ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ଭିଡିଓ ଭାଇରାଲ୍‌

ଶନିବାର ରାତିରେ ଦୁର୍ଗା ମେଢ଼ ଭସାଣ ବେଳେ ଦ୍ରୁତ ଗତିରେ ଥିବା ଏକ କାର୍‌ ହଠାତ୍‌ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୩ ଜଣ ଯୁବକ ଆହତ ହୋଇଛନ୍ତି। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Petrol, Diesel Rates Hiked Again
ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି। 

7 Dead, Several Missing As Heavy Rains Lash Kerala
କେରଳ ବର୍ଷା ନେଲା ୭ ଜୀବନ

କେରଳରେ ବର୍ଷା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି।

Ajit Doval
ଡୋଭାଲଙ୍କ ନେତୃତ୍ୱରେ ହାଇପ୍ରୋଫାଇଲ୍‌ ମିଟିଂ, ଚୀନ-ଋଷ-ପାକିସ୍ତାନ ବି ହେବେ ସାମିଲ !

ଆସନ୍ତାମାସରେ ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଆଫଗାନିସ୍ତାନ ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁଯାଉଛି । ଏହି ବୈଠକରେ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯିବ । ଖାଲି ସେତିକି ନୁହେଁ ଏହି ବୈଠକରେ ଚୀନ୍‌ ଓ ଋଷ ଭଳି ଦେଶକୁ ଯୋଗଦେବା ପାଇଁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି ।

Bodies Of Soldiers Recovered
୪୮ ଘଣ୍ଟା ପରେ ମିଳିଲା ଯବାନଙ୍କ ମରଶରୀର, ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିଲେ

ଜମ୍ମୁ ଓ କାଶ୍ମୀର ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିବା ୨ ଜଣ ଯବାନଙ୍କ ମରଶରୀର ମିଳିଛି। ଉଭୟଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନଥିଲା। ସେମାନଙ୍କୁ ଖୋଜିବା ଲାଗି ସେନା ପକ୍ଷରୁ ବଡ଼ ଧରଣର କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା।

Gol-Gappa Seller, Shot Dead In J&K,
ଜନସାଧାରଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଗୁପଚୁପ୍‌ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଆଜି ଜାମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଦୁଇ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି ।

Intel Gets Info Of New ISI Backed Terrorist Front
ISI ସମର୍ଥିତ ନୂଆ ଆତଙ୍କୀ ସଂଗଠନ ହିଟ୍‌ ଲିଷ୍ଟରେ ୨୦୦ ଲୋକ, ବଡ଼ ଧରଣର ହମ୍‌ଲା ନେଇ ଯୋଜନା

କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି।  ଏହି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଗକୁ ବଡ଼ ଆତଙ୍କବାଦୀ ହମ୍‌ଲା କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। 

Kerala Flood
କେରଳରେ ବନ୍ୟାସ୍ଥିତି, ୭ ନିଖୋଜ; ଆହୁରି ବର୍ଷିବ

କେରଳରେ ପ୍ରବଳ ବର୍ଷା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।

Chattisgarh Carv Accident
ଭସାଣ ଉତ୍ସବ ବେଳେ କାର ମାଡ଼ିଯିବା ଘଟଣା, ବଢ଼ୁଛି ମୃତ୍ୟୁ ସଂଖ୍ୟା ! ବିଜେପିର ବନ୍ଦ ଡାକରା

ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା ।

Sarabjit
ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣା: ୭ ଦିନ ରିମାଣ୍ଡରେ ସରବଜିତ, ଆସିଲା ନୂଆ ମୋଡ଼

ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା ।

Indian Army
Encounter: ସୁରକ୍ଷା ବାହିନୀର ବଡ଼ ପଦକ୍ଷେପ, ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ନିହତ

ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।