• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pollution
ନଭେମ୍ୱରରୁ ବିଗିଡିଲାଣି ଦିଲ୍ଲୀ ସ୍ଥିତି, ଆଗକୁ କ'ଣ ହେବ?

ଦିଲ୍ଲୀରେ ମୁସକିଲ ହେଲାଣି ନିଃଶ୍ୱାସ ନେବା । ଦିଲ୍ଲୀରେ ଏତେ ମାତ୍ରାରେ ପ୍ରଦୂଷଣ ବଢିଗଲାଣି ଯେ ସାଧାରଣ ଲୋକେ ନିଃଶ୍ୱାସରେ ବିଷ ନେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।

Manipur Terror Attack
ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ PLA, MNPFର ହାତ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(PLA) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(MNPF)ର ହାତ। IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରବଳ ଗୁଳି ମାଡ଼ କରିଥିଲେ।

manipur
ମଣିପୁରରେ ରକ୍ତର ହୋଲି ଖେଳିଲେ ଆତଙ୍କୀ : ଆସାମ୍ ରାଇଫଲ୍ସ କମାଣ୍ଡିଂ ଅଫିସରଙ୍କ ସମେତ ପତ୍ନୀ ଓ ପୁଅକୁ ହତ୍ୟା

ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ

Delhi Pollution
ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ

ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। 

maharashtra
ପୋଲିସ୍ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ

ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ

Terrorists Attack
ଆତଙ୍କବାଦୀ ଆକ୍ରମଣ: ସେନା ଅଧିକାରୀଙ୍କ ପରିବାର ସମେତ ୬ ଜଣଙ୍କ ଜୀବନ ନେଇଗଲେ

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍‌ଲା କରିଥିବା ସୂଚନା ମିଳିଛି। 

indore
ୱେବ୍ ଡିଜାଇନିଂ ଛାଡ଼ି ଜିଆଖତ ପ୍ରସ୍ତୁତି ଶିଖିଲେ ମହିଳା : ବର୍ତ୍ତମାନ ବାର୍ଷିକ ଆୟ ୬ ଲକ୍ଷ

ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା ।

delhi
ରୋଡ୍ ରୋମିଓଙ୍କୁ ସାବାଡ଼ କରିବ ବୀରାଙ୍ଗନା ବୀରା ସ୍କ୍ୱାର୍ଡ : ରାସ୍ତାରେ ନିର୍ଭୟରେ ଯିବାଆସିବା କରିପାରିବେ ଯୁବତୀ

ଯୁବତୀ ଓ ମହିଳାଙ୍କୁ ହଇରାଣ କଲେ ପାହାର ଖାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ ।

2 Day Lockdown In Delhi
କରୋନା ପରେ ପ୍ରଦୂଷଣକୁ ନେଇ ଚିନ୍ତା, ପୁଣି ଫେରିବ ଲକ୍‌ଡାଉନ୍‌ !

ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।

Air Pollution Severe In Delhi, Pollution Board Issues Advisory
ଦିଲ୍ଲୀରେ ନିଶ୍ୱାସ ନେବା ମୁସକିଲ୍

ଲଗାତାର ୯ ଦିନ ଧରି ଦିଲ୍ଲୀରେ ସଙ୍ଗୀନ ସ୍ଥିତିରେ ପ୍ରଦୂଷଣ I ବଢ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ I ସତର୍କ ବାଣୀ ଶୁଣାଇଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ I ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

PM Modi
୧୫ରେ ମୋଦି ଯିବେ ମଧ୍ୟପ୍ରଦେଶ, ୪ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୨୩ କୋଟି

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।

Nykaa Founder Falguni Nayar Becomes India\'s Newest Billionaire | Know About Her
୬ ଗୁଣ ବଢ଼ିଗଲା ନାୟିକାର ମୋଟ ସଂପତ୍ତି

ବିଶ୍ୱର ବିତ୍ତଶାଳୀ ମହିଳାଙ୍କ କ୍ଲବରେ ଆଉ ଜଣେ ଭାରତୀୟ । କେଇ ଘଣ୍ଟା ଭିତରେ ୬ ଗୁଣ ବଢ଼ିଗଲା ମୋଟ ସଂପତ୍ତି । ବନିଗଲେ ଭାରତୀୟ ଶିଳ୍ପଜଗତର ଅନ୍ୟତମ ନାୟିକା

Nykaa Founder Falguni Nayar Becomes India's Newest Billionaire
ହଠାତ୍ ୬ ଗୁଣ ବଢ଼ିଗଲା ‘ନାୟିକା’ର ମୋଟ ସଂପତ୍ତି, ଫାଲ୍‌ଗୁନି ହେଲେ ବିଶ୍ୱର କୋଟିପତି ମହିଳା

କିଛି ଘଣ୍ଟାରେ ୬ ଗୁଣା ବଢିଗଲା ‘ନାୟିକା’ର ମୋଟ ସଂପତ୍ତି । ରାତାରାତି ବିଲିୟନେୟଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଗଲେ ‘ନାୟିକା’ ବ୍ରାଣ୍ଡର ପ୍ରତିଷ୍ଠାତା ଫାଲ୍‌ଗୁନି ନାୟାର୍ । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ନାୟିକା କମ୍ପାନୀର ମାଲିକ ଫାଲ୍‌ଗୁନି ।

Delhi Pollution
ବିଗିଡ଼ିଲାଣି ଦିଲ୍ଲୀର ସ୍ଥିତି, ଏବେ ଶ୍ୱାସକ୍ରିୟାରେ ବି କଷ୍ଟ ହେଲାଣି !

ପ୍ରଦୂଷଣ ମାତ୍ରା ଶରୀରରେ ବ୍ୟାପକ କ୍ଷତି ପହଞ୍ଚାଉଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ଭିତରେ ଆଖିଦୃଶିଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବୋର୍ଡ ।

Rashid Alvi
ରସିଦଙ୍କ ବୟାନ ‘ଜୟ ଶ୍ରୀ ରାମ କହୁଥିବା ବ୍ୟକ୍ତି ରାକ୍ଷସ ବି ହୋଇପାରନ୍ତି’, ପରେ ତେଜିଲା ବିବାଦ

ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।

Supreme Court
ଶୁଣୁନଥିଲା ସେନା, ସୁପ୍ରିମ୍‌କୋର୍ଟ ଦେଲେ କଡ଼ା ନିର୍ଦେଶ ! ଏବେ ସମସ୍ତଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି...

ସେନା ପକ୍ଷରୁ ଅନେକ ମହିଳାଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ଜଣଙ୍କୁ ଦିଆଯାଇନଥିଲା । ସୁପ୍ରିମକୋର୍ଟରେ ଏଭଳି ୭୧ ଜଣ ମହିଳା ପିଟିସନ ଦାଖଲ କରି କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗ ଆଣିଥିଲେ ।

Covaxin
କୋଭାକ୍ସିନ୍ ଟିକା ୭୭.୮% ଫଳପ୍ରଦ: ଲାନ୍‌ସେଟ୍‌ ରିପୋର୍ଟ

ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍‌ସେଟ୍‌ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।

MA IN ENGLISH
ଇଂରାଜୀରେ M.A କରିଛନ୍ତି, କିନ୍ତୁ ଏବେ ଚା’ ବିକୁଛନ୍ତି...

ଚାକିରି ପଛରେ ନଗୋଡ଼ାଇ ଆତ୍ମନିର୍ଭରଶୀଳର ନୂଆ ପନ୍ଥା ଆପଣାଇଲେ ଟୁକ୍‌ଟୁକି। କହିଲେ, ପେଟ ପୋଷିବାରେ ଲାଜ ନାହିଁ

train derail
ଟ୍ରେନ୍‌ରେ ଯାତ୍ରା କରୁଥିଲେ ୨ ହଜାରରୁ ଅଧିକ ଯାତ୍ରୀ; ହଠାତ୍‌ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ, ତା’ପରେ...

କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ।

Fire Engulfs Scrap Godown In Mumbai
କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ

ମୁମ୍ବାଇର ମନଖର୍ଡ ଅଞ୍ଚଳରେ ଥିବା ମାଣ୍ଡଲା କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ। ନିଆଁ ଲାଗି ଅନେକ ଯନ୍ତ୍ରାଂଶ ଜଳିଯାଇଛି। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।

Air pollution in Delhi: Its Magnitude and Effects on Health
ଦିଲ୍ଲୀରେ ବଦଳୁଛି ପାଗ, ବିଗୁଡ଼ିଛି ସନ୍ତୁଳନ

ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି।

Chennai Rains | Over 203 mm Rain Lash City In Last 24 Hours
ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ

ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।

Air Pollution in Delhi
ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ମେଡ଼ିକାଲରେ ବଢୁଛି ଶ୍ୱାସ ରୋଗୀଙ୍କ ସଂଖ୍ୟା

ଦୀପାବଳି ଦିନଠାରୁ ବଢିବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ, ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା କାରଣରୁ ବଢୁଛି ରୋଗୀଙ୍କ ସଂଖ୍ୟା

Chennai rain
ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ୧୪ ଜଣଙ୍କ ଗଲାଣି ଜୀବନ

ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି