• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟଙ୍କିକିଆ, ଦୁଇ ଟଙ୍କିଆ ମୁଦ୍ରାରେ ଗାଡ଼ି କିଣା । ସ୍କୁଟର କିଣିବା ପାଇଁ ଛୋଟ ଛୋଟ ସେଭିଂ କରିବା ପରେ ଜଣେ ଦୋକାନୀ ଗାଡ଼ି କିଣିଛନ୍ତି । ତେବେ ସବୁଠାରୁ ମଜାଦାର କଥା ହେଲା ରସିଦ୍ କାଟିବା ପରେ ଟଙ୍କା ଦେଖି ସୋରୁମ୍ କର୍ମଚାରୀଙ୍କ ହୋସ୍ ଉଡ଼ିଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକାବେଳେ ଟଙ୍କା ଯୋଗାଡ଼ ହେଉନଥିବାରୁ ଦୋକାନୀ ଜଣକ କିଛି ମାସ ହେଲା ଗାଡ଼ି କିଣିବା ପାଇଁ ଚିଲର ଜମା କରୁଥିଲେ । ସ୍କୁଟର କିଣା ପାଇଁ ପର୍ଯ୍ୟାପ୍ତ ଟଙ୍କା ହୋଇଯିବା ପରେ ସେ ସୋସୁମରେ ପହଞ୍ଚିଥିଲେ । ତେବେ ଏଥିରେ ସୋରୁମ କମଚାରୀଙ୍କୁ ଅସୁବିଧା ହୋଇଛି ସତ ଛୋଟ ସଞ୍ଚୟରୁ ବଡ ଜିନିଷ କିଣିବାର ଏହି କାହାଣୀ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଆସାମରେ ଏପରି ଏକ ଘଟଣା ଘଟିଛି ।

ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍‌କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ । ତେବେ ତାଙ୍କ ଠାରୁ ଅନେକ କିଛି ଶିଖିବା ଉଚିତ । ସ୍ୱପ୍ନକୁ ପୂରଣ କରିବା ପାଇଁ ତୁମକୁ ଟଙ୍କା ଦରକାର କିନ୍ତୁ ଛୋଟ ଛୋଟ ସଞ୍ଚୟ ମଧ୍ୟ ତୁମ ସ୍ୱପ୍ନକୁ ସାକାର କରିପାରିବ । ଏହି ଭିଡିଓଟି ଏକ ଛୋଟ ଷ୍ଟେସନାରୀ ଦୋକାନ ଚଳାଉଥିବା ବ୍ୟକ୍ତିଙ୍କ ବିଷୟରେ । ସେ ଗାଡ଼ି କିଣିବା ପାଇଁ ୭-୮ ମାସ ପାଇଁ ଚିଲର ଟଙ୍କା ଜମା କରିବା ପରେ ସେହି ଟଙ୍କାରେ ସୁଜୁକି ସ୍କୁଟର କିଣିଛନ୍ତି । ଦୋକାନୀ ଜଣକୁ ସୁଜୁକି ଅବିନିସ୍ 125 କିଣିଛନ୍ତି ।

ଚିଲର୍ ଟଙ୍କା ଗଣିବା ପାଇଁ ୩ଘଣ୍ଟାରୁ ଅଧିକ ସମୟ ଲାଗିଲା

ଦୋକାନୀ ଜଣ ଏକ ଅଖାରେ ଚିଲର ଟଙ୍କା ଆଣିଥିଲେ, ଯାହାକୁ ଗଣିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଭିଡିଓରେ ସୋରୁମ୍ କର୍ମଚାରୀମାନେ ଚିଲର ଗଣୁଥିବା ଦେଖିବାକୁ ମିଳୁଛି । ଚିଲର ଟଙ୍କାକୁ ପ୍ରାୟ ୫ଟି ବାଲ୍ଟିରେ ଭର୍ତ୍ତି କରି ରଖାଯାଇଥିଲା । ଟଙ୍କା ଗଣା ହେବା ପରେ ଦୋକାନୀଙ୍କୁ ଗାଡ଼ି କାଗଜପତ୍ର ଦିଆଯାଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୋକାନୀଙ୍କ ସକରାତ୍ମକ ଚିନ୍ତାଧାରାରୁ ଆମ ସମସ୍ତଙ୍କୁ ପ୍ରେରଣା ନେବା ଆବଶ୍ୟକ ବୋଲି ଅନେକ ମତ ଦେଉଛନ୍ତି ।