ପଞ୍ଜାବରେ ଏଥର ଜନାଦେଶ ଅଲଗା ପ୍ରକାରର ହୋଇଛି । ଜଣେ ଅଭିନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।
ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । 2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରିଛି ।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।
ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।
ଟ୍ରେଣ୍ଡ୍ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି।
ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି ।
ପୂର୍ବ ଭୁଲକୁ ନଦୋହରାଇବାକୁ ଚେଷ୍ଟା କରୁଛି ଦଳ।
ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରୁ ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ନିଜ ଦେଶକୁ ଫେରିବା ପରେ ଛାତ୍ରଛାତ୍ରୀମାନେ ବହୁତ ଖୁସି। ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।
ୟୁପିରେ ମୋଟ ୪୦୩ ଆସନ ଲାଗି ଭୋଟ ଗଣତି ହେବ।
ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍ଜିଟ୍ ପୋଲ୍ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।
ଖୁବ୍ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ, ଏହି ଭିଡିଓ..
୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।
ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍?
ଋଷିଆ-ୟୁକ୍ରେନ୍ ମହାଯୁଦ୍ଧ : ଏକା ସାଙ୍ଗରେ ୨୦ ଟଙ୍କା ବଢିବ କି ତୈଳ ଦର?…
ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।
ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।