• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦି । ଦଳୀୟ କର୍ମୀଙ୍କୁ ସମ୍ମାନ ଜଣାଇ ସମସ୍ତଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ଏପରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବାବେଳେ ପୁଣି ଥରେ ଏ‍ବେ ତାଙ୍କର ସେହି ଭିଡିଓ ଭାଇରାଲ ହେଉଛି। ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ଗତକାଲି ଉନ୍ନାଓରେ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ସେ କର୍ମୀଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।

ମୋଦି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କାମରେ ଲାଗିଛନ୍ତି । ଗତକାଲି ପୂରବା ବିଧାନସଭା କ୍ଷେତ୍ରର ଏକ ଗାଁରେ ପ୍ରଚାର କରିବା ସହ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି । ତେବେ ପ୍ରଚାର ପାଇଁ ପହଞ୍ଚିଥିବା ବଳେ ମଞ୍ଚ ଉପରେ ଜିଲ୍ଲା ସଭାପତି ଅବଧେଶ କଟିୟାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନ ଶ୍ରୀ ରାମଙ୍କ ଏକ ପ୍ରତିମା ଉପହାର ଦେଇଥିଲେ । ଆଉ କର୍ମୀ ଜଣଙ୍କ ତାଙ୍କ ପାଦ ଛୁଇଁଥିଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଟକାଇବା ସହ ଉପହାର ଗ୍ରହଣ କରିବା ପରେ କର୍ମୀଙ୍କ ପାଦ ଛୁଇଁଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ସରଳତାକୁ ଅନେକ ଲୋକଙ୍କୁ ମନକୁ ଛୁଇଁଛି ।

ବିଜେପି ନେତା ଅରୁଣ ଯାଦବ ଟ୍ୱିଟରରେ ଏହି ଭିଡିଓ ସେୟାର କଛନ୍ତି ଓ କହିଛନ୍ତି କେବଳ ମୋଦୀଜି ହିଁ ଏପରି ଜଣେ ନେତା ଯିଏ କର୍ମୀଙ୍କ ପାଦ ପାଦ ଛୁଇଁ ପାରିବେ । ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମା ଉପହାର ଦେଇଥିବା ବ୍ୟକ୍ତି କିପରି ତାଙ୍କ ପାଦ ଛୁଇଁବ, ସେକଥା ଚାହୁଁନଥିଲେ ପ୍ରଧାନମନ୍ତ୍ରୀ ।

ଜିଲ୍ଲା ସଭାପତି ଅବଧେଶଙ୍କୁ କିଛି ଦିନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ସାଧାରଣ ସମ୍ପାଦକ ଥିବାବେଳେ ନିର୍ବାଚନ ପୂର୍ବରୁ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିଲା । ଉନ୍ନାଓରେ ୬ଟି ବିଧାନସଭା ଆସନରେ ୨୩ ତାରିଖରେ ମତଦାନ ହେବ। ଏପରିସ୍ଥଳରେ ଏଥିରେ ଅବଧେଶଙ୍କର ବଡ ଭୂମିକା ରହିଛି ବୋଲି କୁହାଯାଉଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଉନ୍ନାଓ ରାଲି ପୁଣି ଥରେ ଅଖିଳେଶ ଯାଦବଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ପରିବାରବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି , ସେମାନଙ୍କ ପାଇଁ କେବଳ ତାଙ୍କ ଅଧିକାର ହିଁ ଗୁରୁତ୍ୱପୂର୍ଣ୍ଣ । ୟୁପିର ଲୋକମାନେ କେବେ ଅପମାନିତ ହେଲେ, ସେମାନେ ଆଖି ବନ୍ଦ କରିଦିଅନ୍ତି । ସାଧାରଣ ଲୋକଙ୍କ କଥା ବୁଝିବା ପାଇଁ ତାଙ୍କ ନିକଟରେ ସମୟ ନାହିଁ ।