• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଁ କୁଛ୍ ପୁଛା, ନା କୁଛ୍ ବୋଲା । ତୁନେ ଦିଲ ସେ ଦିଆ ଜୋ ଦିଆ . . . । ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି । ଶିକ୍ଷୟିତ୍ରୀଙ୍କ ପାଠ ପଢାଇବାର ଶୈଳୀ, ଛାତ୍ର ବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇପାରିଥିଲା । ହେଲେ ଆଜି ସେହି ପ୍ରିୟ ଦିଦିଙ୍କ ବଦଳି ପରି ସ୍କୁଲରେ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ତାଙ୍କ ପ୍ରିୟ ଛାତ୍ରଛାତ୍ରୀମାନେ ଲୁହଭରା ବିଦାୟ ଦେଇଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, କିଛି ଛାତ୍ରୀ ଶିକ୍ଷୟିତ୍ରୀଙ୍କ ଆଖି ବୁଜି ବଗିଚାକୁ ନେଇ ଯାଉଛନ୍ତି । ଆଉ ସେ ଆଖି ଖୋଲିଲା ବେଳେକୁ ସାମ୍ନାରେ ଛାତ୍ରୀମାନେ ଗୋଲାପ ଧରି ବସି ଗୀତ ଗାଆନ୍ତି । ଛାତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ଶିକ୍ଷୟିତ୍ରୀ ଜଣକ ମଧ୍ୟ କାନ୍ଦି ପକାନ୍ତି । ଦୀର୍ଘ ବର୍ଷ ଧରି ପାଠ ପଢ଼ାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଏକ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ଶିକ୍ଷୟିତ୍ରୀ । ହେଲେ ତାଙ୍କର ଅନ୍ୟତ୍ର ବଦଳି ପରେ ଭାବବିହ୍ୱଳ ହୋଇଯାଇଥିଲା ପରିବେଶ ।

ଶିକ୍ଷକ ଏବଂ ଛାତ୍ରମାନଙ୍କର ଏହି ଭାବପ୍ରବଣ ମୂହୁର୍ତ୍ତ ଲୋକଙ୍କ ହୃଦୟ ଜିତିନେଇଛି । ଏହି ଭିଡିଓଟି ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର BKAP ବାଳିକା ଉଚ୍ଚ ବିଦ୍ୟାଳୟର ବୋଲି କୁହାଯାଉଛି । ଭିଡିଓରେ ଦେଖାଯାଇଥିବା ଶିକ୍ଷୟିତ୍ରୀଙ୍କ ନାମ ହେଉଛି ସାମ୍ପା । ସେ ସ୍କୁଲରୁ ବିଦାୟ ନେବା ସମୟରେ ଛାତ୍ରଛାତ୍ରୀମାନେ ଏକତ୍ର ତାଙ୍କୁ ଏହି ସ୍ମରଣୀୟ ବିଦାୟ ଦେଇଛନ୍ତି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ଲୋକମାନେ ପସନ୍ଦ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ନିଜ ନିଜର ସ୍କୁଲ ଦିନ ଗୁଡ଼ିକୁ ମନେ ପକାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି , ଏହି ଦୃଶ୍ୟ ମୋତେ ଭାବପ୍ରବଣ କରିଛି । ଲୋକମାନେ ଏହି ଭିଡିଓକୁ ଅନେକ ସଂଖ୍ୟାରେ ସେୟାର କରୁଛନ୍ତି ।