• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାହାଡ଼ ଉପରେ ଛକି ବସିଥିଲା ମୃତ୍ୟୁ । ବିବାହ ଉତ୍ସବ ସାରି ହସଖୁସିରେ ଘରକୁ ଫେରିବା ସମୟରେ ହେଲା ଦୁର୍ଘଟଣା । ଉତ୍ତରାଖଣ୍ଡର ଚମ୍ପାବତରେ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୩ଟାରୁ ୪ ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ୧୬ ଜଣ ଲୋକ ଗାଡ଼ିରେ ବିବାହ ସମାରୋହରୁ ଫେରୁଥିଲେ । ସମସ୍ତେ ହସଖୁସିରେ ମସଗୁଲ ଥିବାବେଳେ ଗାଡିଟି ଖାଇକୁ ଖସି ପଡ଼ିଥିଲା। ଖବର ପାଇବା ମାତ୍ରେ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଉତ୍ତରାଖଣ୍ଡର ଚମ୍ପାବତରେ ଏହି ଘଟଣା ଘଟିଛି। ଅନ୍ଧାର ଭିତରେ ଜାତୀୟ ରାଜପଥକୁ ଲାଗି ରହିଥିବା ସୁଖିଡଙ୍ଗ-ଡାଙ୍ଗମୀନାର ରାସ୍ତାରେ ଆସୁଥିଲା ଗାଡ଼ି। ହେଲେ ଦୁର୍ଭାଗ୍ୟର ବିଷୟ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଦୁଇ ଜଣ ଆହତ ଅଛନ୍ତି । ଆହତଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଅଛନ୍ତି । ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଆହତମାନଙ୍କୁ ‌ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି ମୃତକଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇ ଦଆଯାଇଛି । ଚମ୍ପାବତା ମୁଖ୍ୟାଳୟ ଠାରୁ ଦୁର୍ଘଟଣାସ୍ଥଳ ବହୁ ଦୂରରେ ଥିବାରୁ ଉଦ୍ଧାର କାର୍ଯ୍ୟ ଚଳାଇବାରେ ଅସୁବିଧା ହେଉଥିବା ଜଣାପଡ଼ିଛି ।

ଟନକୁପରରେ ଥିବା ପଞ୍ଚମୁଖୀ ଧର୍ମଶାଳାକୁ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ ୧୬ ଜଣ ଲୋକ । ସେଠାରେ ସୁରୁଖୁରୁରେ ବିବାହ କାର୍ଯ୍ୟ ଶେଷ ହେବା ପରେ ଘରକୁ ଫେରୁଥିଲେ । ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ । ତେବେ ସମସ୍ତେ ଥକି ଶୋଇପଡ଼ିଥିବା ବେଳେ ତାଙ୍କର ମଧ୍ୟ ଆଖି ଲାଗିଯାଇଥିଲା । ଆଉ ସେଥିପାଇଁ ଏତେ ବଡ଼ ଅଘଟଣ ଘଟିଲା ବୋଲି କୁହାଯାଉଛି।

ଉତ୍ତରାଖଣ୍ଡରରେ ଘଟିଥିବା ଏହି ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଉତ୍ତରାଖଣ୍ଡରର ଚମ୍ପାବତରେ ହୋଇଥିବା ଦୁର୍ଘଟଣା ହୃଦୟ ବିଦାରକ । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ସ୍ଥାନୀୟ ପ୍ରଶାସନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।