Advertisment

‘ସତ୍ୟ ଯାହାର ଶକ୍ତି ଓ ଜନତା ଯାହାର ସାଥୀ, କାରାଗାର କିଭଳି ତାଙ୍କ ମନୋବଳ ଭାଙ୍ଗିବ’

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।

author-image
Pramod Behera
ଅଦ୍ୟତନ ହୋଇଛି
undefined

Lalu Prasad Yada again become Convict

ନୂଆଦିଲ୍ଲୀ: କିଛି ଦିନ ତଳେ ମିଳିଥିଲା ବେଲ୍, ଏବେ ପୁଣି ଥରେ ହେଲା ଜେଲ୍। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ଦୋଷୀ ସାବ୍ୟସ୍ତ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ହୋଇଛି ଜେଲ୍‌ ଦଣ୍ଡାଦେଶ। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଦୋରଣ୍ଡା ଟ୍ରେଜେରୀରୁ ବେଆଇନ ଭାବେ ଜାଲ୍ ବିଲ୍‌ କରି ଅର୍ଥ ଉଠାଣ ମାମଲାରେ ଲାଲୁଙ୍କ ସହ ଅନ୍ୟ ୩୯ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରିଛନ୍ତି କୋର୍ଟ।

Advertisment

ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ବେଆଇନ ଭାବେ ଦୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରାଯାଇଥିଲା। ଗୋଖାଦ୍ୟ ଯୋଗାଣ ନାମରେ ଫର୍ଜି ବିଲ୍ କରି ଏହି ଟଙ୍କା ଉଠାଇଯାଇଥିଲା। ୯୫୦ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ। ଏହି ମାମଲାରେ ଲାଲୁଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିଲା ସିବିଆଇ।

ପୂର୍ବରୁ ମଧ୍ୟ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯେଉଁଥିରେ କୋର୍ଟ ତାଙ୍କୁ ମୋଟ ୧୪ ବର୍ଷର ଜେଲ୍ ଦଣ୍ଡାଦେଶ ସହ ଏକ କୋଟି ଟଙ୍କାର ଜରିମାନା ଲଗାଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଲାଲୁ ବର୍ତ୍ତମାନ ଜାମିନରେ ଅଛନ୍ତି। ତେବେ ସେ ଅଧା ସଜା କାଟିସାରିଥିବାରୁ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି।

Advertisment

ଜେଲ ଦଣ୍ଡାଦେଶ ପରେ ଲାଲୁ ଟୁଇଟ୍‌ କରି ପରୋକ୍ଷରେ ସରକାରଙ୍କ ଉପରେ ନିଶାନା କରିଛନ୍ତି। ସେ ଲେଖିଛନ୍ତି ଯେ ଅନ୍ୟାୟ, ଏକଛତ୍ରବାଦୀ ଶାସନ ସହ ସେ ସବୁବେଳେ ଲଢନ୍ତି। ସତ୍ୟ ଯାହାର ଶକ୍ତି ଓ ଜନତା ଯାହାର ସାଥୀ, କାରାଗାର କିଭଳି ତାଙ୍କ ମନୋବଳ ଭାଙ୍ଗିବ ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ଲାଲୁଙ୍କ ପୁଅ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ସିବିଆଇ କେନ୍ଦ୍ର ସରକାରଙ୍କ ଚାପରେ କାମ କରୁଥିବା ଅଭିଯୋଗ କରିଛନ୍ତି।

ପ୍ରକାଶଥାଉ ଯେ, ଚାଇଁବସା ଟ୍ରେଜରୀରୁ ୩୭ କୋଟି ୭୦ଓ ୩୩ କୋଟି ୬୭ ଲକ୍ଷ ଟଙ୍କା ବେଆଇନ ଉଠାଣର ଦୁଇଟି ମାମଲା, ଦେଓଧର ତହବିଲରୁ ଜାଲିଆତି କରି ୮୪ ଲକ୍ଷ ଟଙ୍କା ଉଠାଣ ଏବଂ ଦୁମ୍‌କା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା ଉଠାଣ ମାମଲାରେ ଲାଲୁ ଜେଲ୍‌ରେ ଥିଲେ। ତେବେ ଗତ ଏପ୍ରିଲରେ ପାଟନା ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।

National News
Advertisment
Advertisment