• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଲିଛି ବିବାହ ଋତୁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଧୁମଧାମରେ ବିବାହ କରାଯାଉଛି । ତେବେ ବିବାହ ପୂର୍ବରୁ ପ୍ରି ୱେଡିଂ ଫଟୋସୁଟ୍ ବର୍ତ୍ତମାନ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ପ୍ରାୟ ସମୟରେ ପ୍ରି ୱେଡିଂ ଫଟୋସୁଟ୍ କରାଇ ବିଶେଷ ମୁହୂର୍ତ୍ତକୁ କ୍ୟାମେରାରେ କଏଦ୍ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସୋସିଆଲ ମିଡିଆରେ ମଧ୍ୟ ଏସମ୍ବନ୍ଧୀୟ ଭିଡିଓ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏପରି ଏକ ମଜାଦାର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଲୋକେ ନିଜ ହସିବା ବନ୍ଦ କରିପାରୁ ନାହାଁନ୍ତି ।

ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ । କୌଣସି ହୋଟେଲ, ସିବିଚ୍ କିମ୍ବା ପାର୍କ ନୁହେଁ କାଦୁଅ ଭିତରେ ଫଟୋସୁଟ୍ କରାଉଛନ୍ତି କପଲ୍ । ତେବେ ଫଟୋସୁଟ୍ ମଝିରେ ବର କନ୍ୟାକୁ କୋଳରେ ଉଠାଇବାକୁ ଚେଷ୍ଟା କରୁଛି । କନ୍ୟାକୁ ଉଠାଇବା ପରେ ବର କିଛି ପାଦ ଚାଲୁଥିବା ଦେଖିବାକୁ ମିଳୁଛି । ଆଉ କିଛି କ୍ଷଣ ମଧ୍ୟରେ ସନ୍ତୁଳନ ହରାଇ ଉଭୟେ କାଦୁଅ ଭିତରେ ଦୁଲଦାଲ ହୋଇ ଖସିପଡ଼ିନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by Tube indian 💀 (@tube.indian)

ଉଭୟ ବରକନ୍ୟା କାଦୁଅ ଲତପତ୍ ହୋଇସାରିଥିବା ଫଟୋଗ୍ରାଫର କିନ୍ତୁ ଫଟୋଗ୍ରାଫି କରିଚାଲନ୍ତି । ଏହି ନିଆରା ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ୍ କରିନିଅନ୍ତି । ତେବେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କର ହସକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । ଯିଏ ଦେଖୁଛି ହସି ହସି ଗଡ଼ିଯାଉଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓ ବର ଏବଂ କନ୍ୟା ପଡ଼ିବା ପରେ କ୍ଲିକ୍ ହୋଇଥିବା ଫଟୋ ମଧ୍ୟ ପୋଷ୍ଟ କରାଯାଇଛି । ଲୋକମାନେ ଏହି ଭିଡିଓକୁ ପସନ୍ଦ କରିଛନ୍ତି ଓ କମେଣ୍ଟ୍ ମଧ୍ୟ ଦେଇଛନ୍ତି ।