• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ପହଞ୍ଚିଛି । ବର୍ତ୍ତମାନ ମହାରାଷ୍ଟ୍ରର ଅକୋଲା ଠାରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ବହୁ ସ୍ଥାନୀୟ ଲୋକ ବାଲାପୁର ପୋଲିସ ଷ୍ଟେସନରେ ଏକାଠି ହୋଇଥିଲେ । ବୃଦ୍ଧଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଅକୋଲାର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଘର ନିକଟରେ ରହୁଥିବା ଜଣେ ମହିଳା ଏବଂ ତାଙ୍କ ଝିଅକୁ ବୁର୍ଖା ଏବଂ ହିଜାବ ନ ପିନ୍ଧିବାକୁ ଧମକ ଦେଉଥିଲେ । ତେବେ ଏକଥାକୁ ବିରୋଧ କରିବାରୁ ବ୍ୟକ୍ତି ଜଣକ ମାଆ ଝିଅଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିଲେ। ପୋଲିସର ସୂଚନା ଅନୁସାରେ, ବୃଦ୍ଧ ବ୍ୟକ୍ତିଙ୍କୁ ଆଇପିସି ଏବଂ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରୁ ଉଠିଥିବା ହିଜାବ ଝଡ଼ ଦେଶର ଅନ୍ୟ ରାଜ୍ୟକୁ ବି ବ୍ୟାପିବାରେ ଲାଗିଛି । କେଉଁଠି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହୋଇଛି ତ ଆଉ କେଉଁଠି ରାସ୍ତାକୁ ଓହ୍ଲାଇ ହିଜାବ୍ ଆମର ଅଧିକାର ବୋଲି କହି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ସଂଖ୍ୟାରେ ମୁସଲିମ ମହିଳା । ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ହିଜାବ ବିବାଦ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ନିଜ ମତ ରଖିଛନ୍ତି ।