ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।
ଆଜିର ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍
ସୁଧୁରୁନି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ ।
ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ । ଉତ୍ତର ପ୍ରଦେଶ ନିର୍ବାଚନ ଖବର ସଂଗ୍ରହ ବେଳେ ବାରାଣସୀରେ କିଛି ଘଂଟା ପାଇଁ ଅଟକି ରହିଥିଲା ଓଟିଭି ଟିମ୍ ।
ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର ।
ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ଦୌଡି ପଳାଇଥିଲେ।
ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
କ୍ରୟ ମୂଲ୍ୟ ବୃଦ୍ଧି (ଚାଷୀଙ୍କୁ ଦିଆଯାଉଥିବା ପରିମାଣ), ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ମଦର୍ ଡାଏରୀ କ୍ଷୀର ଲିଟର୍ ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଶନିବାର କୁହାଯାଇଛି ।
ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଏଥିଯୋଗୁ ଉପକୃତ ହେବେ।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ମହଙ୍ଗାକୁ ନେଇ ଚିନ୍ତା ବଢ଼ିଛି। ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି।
ଜହ୍ନରେ ଜମି କିଣି ନିଜ ଝିଅକୁ ଜନ୍ମଦିନ ଉପହାର ଦେଇଛନ୍ତି ଦମ୍ପତ୍ତି । ନିଜ ଝିଅର ଜନ୍ମ ଦିନକୁ ସ୍ମରଣୀୟ ତଥା ଝିଅଙ୍କ ପ୍ରତି ସମାଜକୁ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ।
ଟ୍ରେନ୍କୁ ଠେଲିଲେ ଯାତ୍ରୀ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ । ଶାହରଣପୁର-ଦିଲ୍ଲୀ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ୨ଟି ବଗିରେ ନିଆଁ ଲାଗିବା ପରେ ଅନ୍ୟ ବଗିକୁ ଅଲଗା କରାଗଲା । ଉତ୍ତର ପ୍ରଦେଶ ମୀରଟ ଦୌରାଲା ରେଲେଓ୍ୱ ଷ୍ଟେସନର ଘଟଣା ।
ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍ର ଇଞ୍ଜିନ ତଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍ ଧୂଆଁ ବାହାରିବାରେ ଲାଗିଲା ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର ଅଭିଯାନ । ଆସନ୍ତା ୭ରେ ପଡ଼ିବ ଭୋଟ । ଜି ଜାନ୍ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିୱେଟ୍ ନେତା । କାଶୀରେ ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ୍ ରାଲ କରିବା ସହ , ମନ୍ଦିର ଦର୍ଶନ ଓ ଚାଏ ପେ ଚର୍ଚ୍ଚା କରିଛନ୍ତି ।
ଜଣାଶୁଣା ଫ୍ୟାଶନ ଡିଜାଇନର ତଥା କୋରିଓଗ୍ରାଫର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍ ବିଡପ୍ପା(୨୮)ଙ୍କୁ ପୋଲିସ୍ ଗିରଫ କରିଛି। ରାତି ଅଧରେ ହ୍ୱାଟ୍ସଆପ୍ରେ ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ୍
ବିବାହ ସମୟରେ ହାଇ ଡ୍ରାମା । ଷ୍ଟେଜ୍ ଉପରେ କନ୍ୟାର ବାପା ଓ ଭାଇଙ୍କୁ ନିର୍ଧୂମ ପିଟିଲେ ବରର ଭାଇ । ଉତ୍ତରପ୍ରଦେଶର ଇଟାୱାରେ ଶେହାନାଇ ଏବଂ ବ୍ୟାଣ୍ଡ-ବାଜା ବାଜିବା ବଦଳରେ ମାର୍ପିଟ୍ କରିବା ଘଟଣା ସାମ୍ନାକୁ ଆସିଛି। ଏମିତିକି ବିବାହ ବିଧି ସମ୍ପର୍ଣ୍ଣ ପରିବର୍ତ୍ତେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।
ଭାରତୀୟ ବଜାରରେ ଦେଖିବାକୁ ମିଳିଲାଣି ଋଷ-ୟୁକ୍ରେନ ଯୁଦ୍ଧର କୁ-ପରିଣାମ। ଦେଶର ସୂଯର୍ୟମୁଖୀ ତେଲ ଦର ସପ୍ତାହକ ମଧ୍ୟରେ ଲିଟର ପିଛା ୨୦ରୁ ୨୫ ଟଙ୍କା ବଢିଯାଇଛି। ରୋମାନିଆ ବୁକାରେଷ୍ଟରେ ଅଟକି ରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ଖାଦ୍ୟ ପାଇଁ ବୁକାରେଷ୍ଟ ବିମାନ ବନ୍ଦରରେ ଛାତ୍ରଛାତ୍ରୀଙ୍କ ଲମ୍ବା ଲାଇନ୍।
ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଜୀବନ ନେଇ ଫେରୁଛନ୍ତି ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ। ଏମାନଙ୍କ ଭିତରେ ଅଧିକାଂଶ ମେଡିକାଲ ପାଠ୍ୟକ୍ରମ ପଢୁଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି, ମେଡିକାଲ ପାଠ ପଢ଼ିବାକୁ କାହିଁକି ୟୁକ୍ରେନ୍ ପାଲଟିଛି ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ।
ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ମୋଦିଙ୍କ ଆଗରେ ବଖାଣିଥିଲେ ଯୁଦ୍ଧ ସମୟର ସଂଘର୍ଷର କାହାଣୀ ।
ଆଜି କ୍ୱାଡ ଦେଶମାନଙ୍କର ବୈଠକ ବସିବ । ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।
କୋଲାରର ବାଇର୍ ଗୋଡା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ନିଜକୁ ଆଇଟି ଅଧିକାରୀ କହି କିଛି ଲୋକ ଟମାଟୋ ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ । ଘରର ଯାଞ୍ଚ ପାଇଁ ସେମାନଙ୍କର ନିର୍ଦ୍ଦେଶ ରହିଛି ବୋଲି ଅଭିଯୁକ୍ତମାନେ ପରିବାର ଲୋକଙ୍କୁ କହିଥିଲେ ।
ପୁଣି ବଢ଼ିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୦୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୪୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୫,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ପୁଣି ଥରେ ଜରୁରୀକାଳୀନ ବୈଠକ ଡାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।