• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁଷି ହତ୍ୟା । ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଗତକାଲି କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷ ବୟସ୍କ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି । ପୋଲିସ୍ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ହିଜାବ ବିବାଦ ସହ ଜଡିତ ଅଛି ବୋଲି ଅନୁମାନ କରାଯାଉଛି । ଅନୁସନ୍ଧାନ ସମୟରେ ଜଣାପଡିଛି ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ତଥା ଗେରୁଆ ସାଲର ସମର୍ଥନ କରି ଏକ ପୋଷ୍ଟ ଲେଖିଥିଲେ ।

ମୃତକ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ହର୍ଷ । ତାଙ୍କ ହତ୍ୟା ପରେ ପୂରା ଜିଲ୍ଲାରେ ବିବାଦ ଦେଖିବାକୁ ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ପ୍ରାୟ ୯ଟାରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି । ରବିବାର ରାତିରେ ଯୁବକ ଜଣଙ୍କ ଆକ୍ରମଣର ଶିକାର ହୋଇଥିଲେ । ବର୍ତ୍ତମାନ ଶିବାମୋଗାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ସହରର ସମସ୍ତ ବିଦ୍ୟାଳୟ ଓ କଲେଜ ଦୁଇ ଦିନ ପାଇଁ ବନ୍ଦ ରହିଛି । ସ୍ଥିତିକୁ ଦେଖି ରିଜର୍ଭ ପୁଲିସ୍ ଶିବମୋଗାରେ ମୁତୟନ ହୋଇଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ରାପିଡ ଆକ୍ସନ ଫୋର୍ସ ମଧ୍ୟ କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି।”

ସେପଟେ କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି, ଜଣେ ୨୬ ବର୍ଷ ବୟସ୍କ ଯୁବକଙ୍କୁ ୪-୫ ଜଣ ଯୁବକ ହତ୍ୟା କରିଛନ୍ତି । ଏହି ହତ୍ୟା ପଛରେ କୌଣସି ସଂଗଠନ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି । ତେବେ ଘଟଣାରକୁ ନେଇ ଶିବମୋଗାରେ ଉତ୍ତେଜନା ବଢ଼ିବାରେ ଲାଗିଛି । ତେଣୁ ସମସ୍ତଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ।

ସୂଚନାଯୋଗ୍ୟ କର୍ଣ୍ଣାଟକର ଉଡୁନିରୁ ହିଜାବ ବିବାଦ ଆରମ୍ଭ ହୋଇ ଏବେ ସାରା ଦେଶକୁ ବ୍ୟାପିଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ, ବହୁ ବଡ ନେତାଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ବିବାଦ ଉପରେ ନିଜର ମତ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ହିଜାବ ବିବାଦ ଆରମ୍ଭ ହେବା ସହିତ ବଜରଙ୍ଗ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଅତ୍ୟନ୍ତ ସକ୍ରିୟ ହୋଇଉଠିଥିଲେ । ସୋସିଆଲ ମିଡିଆ ସମେତ ଶିକ୍ଷାନୁଷ୍ଠାନରେ ହିଜାବ ନପିନ୍ଧିବାକୁ ନିରନ୍ତର ସମର୍ଥନ କରୁଛନ୍ତି । ଏଭଳି ପରିସ୍ଥିତିରେ ହର୍ଷଙ୍କ ଦ୍ୱାରା ଲିଖିତ ପୋଷ୍ଟ ଏବଂ ଏହି ଘଟଣାକୁ ଏକତ୍ର ଯୋଡାଯାଉଛି । ତେବେ ପୋଲିସ ଏ ବିଷୟରେ କିଛି କହିବାକୁ ବାରଣ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now