• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଣ କାରଖାନାରେ ବିସ୍ଫୋରଣ ଘଟି ଜୀବନ୍ତ ଜଳିଗଲେ ୭ ଜଣ । ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଏବଂ ଅନ୍ୟ କିଛି ପ୍ରଶାସନିକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଉନ୍ନା ଜିଲ୍ଲାର ତାହଲିୱାଲ ଶିଳ୍ପାଞ୍ଚଳରେ ଥିବା ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଛି । ଶ୍ରମିକମାନେ କାମ କରୁଥିବା ସମୟରେ ଅଘଟଣା ଘଟିଛି । ଏଥିରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ତିନି ବର୍ଷର ଝିଅ ମଧ୍ୟ ରହିଛି । ବିସ୍ଫୋରଣ ସମୟରେ ସେ ତା ମା ସହ ଥିଲା । ପ୍ରାଥମିକ ସୂଚନା ଅନୁସାରେ ମୃତ ମହିଳା ଜଣକ ୟୁପିର ବୋଲି କୁହାଯାଉଛି। ତେବେ ମୃତକଙ୍କ ପରିଚୟ ପ୍ରଶାସନ ଦ୍ୱାରା ଏପର୍ଯ୍ୟନ୍ତ କରାଯାଇ ନାହିଁ ।

 

ସେପଟେ ଆଜି ଉତ୍ତରାଖଣ୍ଡର ଚମ୍ପାବତରେ ମଧ୍ୟ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୩ଟାରୁ ୪ ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ୧୬ ଜଣ ଲୋକ ଗାଡ଼ିରେ ବିବାହ ସମାରୋହରୁ ଫେରୁଥିଲେ । ସମସ୍ତେ ହସଖୁସିରେ ମସଗୁଲ ଥିବାବେଳେ ଗାଡିଟି ଖାଇକୁ ଖସି ପଡ଼ିଥିଲା। ଖବର ପାଇବା ମାତ୍ରେ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।