• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳୁଥିଲା ହୋନିଆଁ, ବିବାହ ବେଦୀ ଉପରେ ବସିଥିଲେ ବରକନ୍ୟା । ଜୋର ଜୋରରେ ମନ୍ତ୍ରପାଠ କରି ବିବାହ କାର୍ଯ୍ୟ ଆରମ୍ଭ କରିଥିଲେ ପଣ୍ଡିତ । ଆଉ ସେହି ସମୟରେ ଫିଲ୍ମି ଷ୍ଟାଇଲରେ ବେଦୀ ଉପରକୁ ଆସି ପ୍ରେମିକା ମଥାରେ ରକ୍ତରେ ସିନ୍ଦୂର ପିନ୍ଧାଇଲା ପ୍ରେମିକ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବରଣମାଳା ପକାଇବା ସମୟରେ ବର ସାମ୍ନାରେ ଏହି ସବୁ ଘଟଣା ଘଟିଯାଇଛି । ସମସ୍ତଙ୍କ ସାମ୍ନାରେ ଯୁବକ ଜଣକ ପ୍ରଥମେ ବ୍ଲେଡ୍ ସାହାଯ୍ୟରେ ନିଜ ତଣ୍ଟି କାଟି ଦେଇଥିଲେ, ଆଉ ତା’ପରେ ପ୍ରେମିକା ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ । ତେବେ ଏହି ଘଟଣା ଉପସ୍ଥିତ ଲୋକେ ରାଗରେ ତାଙ୍କୁ ଆହୁରି ମାଡ଼ ମାରିଥିଲେ । ଏବେ ଆହତ ପ୍ରେମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଭର୍ତ୍ତି କରାଯାଇଛି।

ଉଦୟପୁର ଅଞ୍ଚଳର ଏକ ଗାଁର ଜଣେ ୨୧ ବର୍ଷର ଯୁବତୀ ସେହି ଅଞ୍ଚଳର ଅଜୟ (୨୧)ଙ୍କୁ ଭଲପାଉଥିଲା । କିଛି ଦିନ ପୂର୍ବରୁ ଝିଅର ପ୍ରେମସମ୍ପର୍କ ବିଷୟରେ ଜାଣିଥିଲେ। ଏକଥା ଜାଣିବା ପରେ ପରିବାର ସଦସ୍ୟ ତରତରିଆ ଭାବେ ଝିଅର ବିବାହ ଅନ୍ୟ ସ୍ଥାନରେ ଠିକ୍ କରିଦେଇଥିଲେ । ଘରେ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପରିବାର ସଦସ୍ୟଙ୍କ ପ୍ରତିବନ୍ଧକ ଯୋଗୁଁ ଝିଅଟ ଘରୁ ବାହାରକୁ ଆସିପାରିନଥିଲେ । ଅନିଚ୍ଛା ସତ୍ତ୍ୱେ ତାଙ୍କୁ ବିବାହ ପାଇଁ ହଁ କରିବାକୁ ପଡ଼ିଥିଲା । ତେବେ ଶୁକ୍ରବାର ଦିନ ପ୍ରେମିକାର ବରଯାତ୍ରୀ ଦେଖି ପ୍ରେମିକ ଅଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପୋଲିସ୍‌ ସୂଚନା ଅନୁସାରେ ରାତି ପ୍ରାୟ ୧୨ଟା ସମୟରେ ବରଣମାଳା କାର୍ଯ୍ୟକ୍ରମ ଚାଲିଥିଲା ​​। ତା’ପରେ ଅଜୟ ମଞ୍ଚ ଉପରକୁ ଉଠି ଆସିଥିଲେ । ବର ସହିତ ବସିଥିବା ପ୍ରେମିକା ପାଖରେ ଠିଆ ହୋଇ ସେ ବ୍ଲେଡରେ ନିଜ ତଣ୍ଟି କାଟିଦେଲେ । ବର ଆବାକାବା ହୋଇ ଚାହିଁ ରହିଥିବା ବେଳେ ପ୍ରେମିକା ମଥାରେ ରକ୍ତର ସିନ୍ଦୂର ଲଗାଇଦେଲେ ଅଜୟ । ସେଠାରେ ଉପସ୍ଥିତ ପରିବାର ସଦସ୍ୟ ଏକତା ଦେଖି ରାଗରେ ତାଙ୍କୁ ମାରିବା ଆରମ୍ଭ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଲୋକଙ୍କ ନିକଟରୁ ଉଦ୍ଧାର କରି ସାଙ୍ଗିପୁର CHC କୁ ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସର ଉପସ୍ଥିତିରେ ବିବାହ ରୀତିନୀତି ସମ୍ପନ୍ନ ହୋଇଛି ବୋଲି ପୋଲିସ୍ କହିଛି । କନ୍ୟାକୁ ଶାଶୂଘର ଲୋକ ନେଇ ଚାଲିଯାଇଛନ୍ତି । ଉଭୟ ପକ୍ଷରୁ କୌଣସି ପ୍ରକାର ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି ।