• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରକୀୟା ପ୍ରୀତି ମହିଳାଙ୍କୁ ମହଙ୍ଗା ପଡ଼ିଲା । ସ୍ୱାମୀଙ୍କ ବାରଣ ସତ୍ତ୍ୱେ ରାତିରେ ଲୁଚି ଛପି ପର ପୁରୁଷଙ୍କ ସହ କଥା ହେଉଥିଲେ ସ୍ତ୍ରୀ । ଏଥରେ ବ୍ୟତିବ୍ୟସ୍ତ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତ । ଏହାକୁ ବୈବାହିକ କ୍ରୁରତା ଦର୍ଶାଇ କେରଳ ହାଇକୋର୍ଟ ବଡ଼ ରାୟ ଶୁଣାଇନ୍ତି ଏବଂ ଛାଡପତ୍ର ମଞ୍ଜୁର କରିଛନ୍ତି । ଏହି ମାମଲାରେ ପାରିବାରିକ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ । ବ୍ୟଭିଚାର ଏବଂ ନିଷ୍ଠୁରତା (adultery and cruelty) କାରଣରୁ ଛାଡପତ୍ରକୁ ଅନୁମତି ଦେବା ପାଇଁ ସ୍ୱାମୀଙ୍କ ଆବେଦନକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍‌ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ । ଅତୀତରେ ସଂପୃକ୍ତ ଦମ୍ପତି ତିନିଥର ଅଲଗା ହୋଇସାରିଛନ୍ତି ଏବଂ ଅନେକ ପରାମର୍ଶ ପରେ ପୁଣି ଏକାଠି ରହିବାକୁ ରାଜି ହୋଇଥିଲେ ।

ଦମ୍ପତିଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ୨୦୧୨ରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏହାପରେ ମହିଳା ଜଣକ ସ୍ୱାମୀ ଏବଂ ତାଙ୍କ ପରିବାର ବିରୋଧରେ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ମଧ୍ୟ ସ୍ୱାମୀ ତାଙ୍କ ସ୍ତ୍ରୀକୁ ସନ୍ଦେହ କରୁଥିଲେ । ବିବାହ ପୂର୍ବରୁ ନିଜ ଅଫିସରେ ଅନ୍ୟ ଜଣେ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ, ଯାହା ବିବାହ ପରେ ମଧ୍ୟ ଜାରି ରହିଥିଲା। ଏପଟେ ଛାଡ଼ପତ୍ର ମଞ୍ଜୁର କରିଥିଲେ ସୁଦ୍ଧା ସ୍ତ୍ରୀଙ୍କ ବିରୋଧରେ ବ୍ୟଭିଚାର ଅଭିଯୋଗକୁ ହାଇକୋର୍ଟ ଖାରଜ କରି କହିଛନ୍ତି । କର୍ମକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସ୍ୱାମୀ ସ୍ତ୍ରୀଙ୍କୁ କେବେ ଅନ୍ୟପୁରୁଷ ସହ ଦେଖି ନାହାଁନ୍ତି ଏବଂ ତେଣୁ ଏହିପ୍ରମାଣ ପର୍ଯ୍ୟାପ୍ତ ନୁହେଁ ।

ତେବେ ନିଜ ବୟାନରେ ସ୍ୱାମୀ କହିଛନ୍ତି, ସ୍ତ୍ରୀ ରାତିରେ ଅନ୍ୟ ପୁରୁଷଙ୍କ ସହ ଅନ୍ତରଙ୍ଗ କଥା ହେଉଥିବା ସେ ନିଜେ ଶୁଣିଛନ୍ତି । ତେବେ ମହିଳା ଜଣକ ଏକଥାକୁ ଖଣ୍ଡନ କରିଥିଲେ । କିନ୍ତୁ ପରେ ପ୍ରମାଣ ଆଧାରରେ ଏହା ସତ୍ୟ ପ୍ରମାଣିତ ହୋଇଥିଲା । ସ୍ୱାମୀଙ୍କ ବାରଣକୁ ଅଣଦେଖା କରି ପତ୍ନୀ ବିଳମ୍ବିତ ରାତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଫୋନରେ ବାରମ୍ବାର କଥା ହେଉଥିବାଳ ଜଣାପଡ଼ିଛି। ଏହା ହେଉଛି ବୈବାହିକ କ୍ରୁରତା , ତେଣୁ ଏବେ ଉଭୟଙ୍କୁ ଭିନ୍ନ ରହିବାକୁ ରାୟ ଶୁଣାଇଛନ୍ତି କୋର୍ଟ ।