Advertisment

ରେକର୍ଡ ସ୍ତରରେ ସୁନା ଦର, ୫୦ ହଜାର ଟପିଲା ଦାମ୍‌

ନକରେ ସୁନା କିଲୋ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଦେଶରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ୪୬ ହଜାର ଟଙ୍କା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Price

Gold Price

ରେକର୍ଡ ସ୍ତରରେ ସୁନା ଦର। ଦିନକରେ ସୁନା କିଲୋ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଦେଶରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍‌କୁ ୪୬ ହଜାର ଟଙ୍କା ରହିଛି।

Advertisment

ରୁଷିଆ ୟୁକ୍ରେନ ବିବାଦ, ତୈଳ ଦର ବୃଦ୍ଧି, ବିଶ୍ୱ ବଜାରରେ ଭାରତୀୟ ମୁଦ୍ରାର ମୂଲ୍ୟ ପ୍ରଭାବିତ ଯୋଗୁ  ୮ ମାସରେ ସୁନା ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ଚେନ୍ନାଇରେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ହୋଇଥିବାବେଳେ ଦିଲ୍ଲୀରେ ୫୦ ହଜାର ୫୧୦ ଟଙ୍କା ରହିଛି। ତେବେ କେତେକ ସହରରେ ସୁନା ଦର ଏହାଠାରୁ କମ୍ ଓ ବେଶୀ ରହିଛି। ରୁପାର କିଲୋଗ୍ରାମ ପ୍ରତି ଦର ୬୩ ହଜାର ଟଙ୍କା ପାର୍‌ କରିଛି।

ଗତକାଲି ୨୪ କ୍ୟାରେଟ୍ ସୁନା ଦର ୫୪୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୫୦, ୫୧୦ ଟଙ୍କାରେ ପହଞ୍ଚି ଥିଲା। ସେହିପରି ରୂପା ଦର ୪୦୦ ଟଙ୍କା ବଢ଼ି ପ୍ରତି କିଲୋକୁ ୬୩,୮୦୦ ଟଙ୍କା ଥିଲା।Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୮୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୪,୦୦୦ ଟଙ୍କା ରହିଛି।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୯୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୧୮୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Gold Price Today Gold Silver Price Today
Advertisment
Advertisment