/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645461168.jpg)
President Ramnath Kovind
ନୂଆଦିଲ୍ଲୀ: ଶତ୍ରୁ ମୁକାବିଲା ଲାଗି କେତେ ପ୍ରସ୍ତୁତ ନୌସେନା? ବିଶାଖାପାଟଣା ନାଭାଲ ପୋର୍ଟରେ ଆୟୋଜିତ ପ୍ରେସିଡେନ୍ସିଆଲ ଫ୍ଲିଟ୍ ରିଭ୍ୟୁରେ ତାର ଅନୁଧ୍ୟାନ କରିଛନ୍ତି ରାଷ୍ଟ୍ରପତି ରାମାନାଥ କୋବିନ୍ଦ। ନୌସେନାରେ ସାମିଲ ନୂଆ ନୂଆ ଯୁଦ୍ଧପୋତ, ଫାଇଟର ଜେଟ୍, ଆକ୍ରମଣକାରୀ ହେଲିକପ୍ଟର ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।
ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ପ୍ରେସିଡେନ୍ସିଆଲ ଫ୍ଲିଟ ରିଭ୍ୟୁରେ ୬୦ଟି ଜାହାଜ ଓ ବୁଡାଜାହଜ ଏବଂ ୫୫ଟି ଏୟାରକ୍ରାଫ୍ଟ ସାମିଲ ହୋଇ ସେମାନଙ୍କ କୌଶଳ କରାମତି ଦେଖାଇଥିଲେ। ଅଥଳ ସମୁଦ୍ରରେ ସର୍ଚ୍ଚ ଓ ରେସ୍କୁ ଅପରେସନର କଳାକୌଶଳ ସହ ହକ୍ ଏୟାରକ୍ରାଫ୍ଟ ଏରୋବେଟିକ୍ସ ଏବଂ ଏଲିଟ୍ ମାରିନ୍ କମାଣ୍ଡୋଙ୍କ ପାଣି ଉପରେ ପାରା ଜମ୍ପିଂ ବି ଦେଖିବାକୁ ମିଳିଥିଲା।
ଏହି ଅବସରରେ ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା। ଦୁଇ ଦିନ ଧରି ନୌଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ତିନି ସେନାର ସୁପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇଏନଏସ ସୁମିତ୍ରାରୁ ଭାରତୀୟ ନୌସେନା ଶକ୍ତିର ଅବଲୋକନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)