• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିକାଲି ଯୁବପୀଢ଼ି ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବିଶେଷକରି ଯୁବକମାନେ ଜିମରେ ଯୋଗ ଦେଇ ନିଜ ଶରୀରକୁ ବଳିଷ୍ଠ ତଥା ସୁନ୍ଦର କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କେବଳ ପୁଅ ନୁହଁନ୍ତି, ଝିଅମାନେ ମଧ୍ୟ ଏହି କ୍ଷେତ୍ରରେ କାହାଠାରୁ କମ୍ ନୁହଁନ୍ତି । ପୁଅମାନଙ୍କ ପରି ନିଜର ଯତ୍ନ ନେବା ସହ, କହିବାକୁ ଗଲେ ତାଙ୍କ ତୁଳନାରେ ଅଧିକ ପରିଶ୍ରମ କରୁଛନ୍ତି । ମହିଳାମାନେ କେବଳ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । କିଏ ଜିମ୍‌ କରୁଛି ତ କିଏ ଯୋଗ କରୁଛନ୍ତି । ଫିଟ୍‌ନେସ ପାଇଁ ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ଜଣେ ମହିଳାଙ୍କର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ।

ଯୁବତୀଙ୍କ ବଡି ଦେଖି ଉଡ଼ିଯିବ ସମସ୍ତଙ୍କ ହୋସ୍

ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ଯାହା ଦେଖିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯିବ । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେ ତାଙ୍କର ଶରୀର ତିଆରି କରିଛନ୍ତି । ତେବେ ଏଥିପାଇଁ ତାଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି । ସେ ନିରନ୍ତର ବ୍ୟାୟାମ କରନ୍ତି । କେବଳ ବ୍ୟାୟାମ ନୁହେଁ ବରଂ ଭଲ ଖାଦ୍ୟ ଅଭ୍ୟାସ ଉପରେ ମଧ୍ୟ ସେ ଧ୍ୟାନ ଦିଅନ୍ତି । ଏହାସହ ଅତ୍ୟଧିକ ମିଠା, ଭଜା କିମ୍ବା ଚର୍ବି ବଢ଼ାଉଥିବା ଖାଦ୍ୟରୁ ଦୂରେଇ ରୁହନ୍ତି । ଏତେ ସବୁ କଲା ପରେ ଏପରି ସୁନ୍ଦର ଶରୀର ପାଇଁଛନ୍ତି ।

ଶାଢ଼ୀ ପିନ୍ଧି ବଡି ଦେଖାଇଲେ ମହିଳା, ସୁପ୍ରିତିଙ୍କ ସାମ୍ନାରେ ପିଲାମାନେ ବି ଫିକା

କେବଳ ବଡି ତିଆରିରେ ନୁହେଁ ମଡେଲିଂରେ ମଧ୍ୟ ଜଣାଶୁଣା ସୁପ୍ରିତି

ସୁପ୍ରତି ତାଙ୍କ ଇନଷ୍ଟାଗ୍ରାମରେ ଶାଢ଼ୀ ପିନ୍ଧି ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଶାଢ଼ୀ ପିନ୍ଧି ସୁପ୍ରିଟି କ୍ୟାମେରା ସାମ୍ନାରେ ଚାଲୁଥିବା ଦେଖିବାକୁ ମିଳିଛି । ତାଙ୍କର ଅନ୍ଦାଜ ଏତେ ଜବରଦସ୍ତ ଯେ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଏପରିକି ଯୁବକମାନେ ମଧ୍ୟ ତାଙ୍କ ସୁନ୍ଦର ଶରୀର ଦେଖି ଆଗକୁ ଆସିବାକୁ ସାହସ କରିବେନି ।

ସୁପ୍ରିତି ଏକ ନାଲି ଏବଂ ଧଳା ଧଳା ରଙ୍ଗର ସାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ତାଙ୍କ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଏହା କିଛି ଭଲ ଭିଡିଓ ମଧ୍ୟରୁ ଗୋଟିଏ।' ସୁପ୍ରିତି କେବଳ ଶରୀର ନିର୍ମାଣରେ ନୁହେଁ ମଡେଲିଂରେ ମଧ୍ୟ ଲୋକପ୍ରିୟ ।