Advertisment

ଚୁଟି ଭିତରେ ଥିଲା ୪୫ ଲକ୍ଷ ଟଙ୍କାର ସୁନା

ଘଟଣାରେ ୮୮୪ ଗ୍ରାମ୍‌ରୁ ଅଧିକ ଓଜନର ସୁନା ଜବତ ହୋଇଛି।

author-image
Chandan Shishu
 smuggling gold

smuggling gold

ବାରଣାସୀ: ସୁନା ଚୋରା ଚାଲାଣର ନୂଆ ଫଣ୍ଡା। ଓ୍ୱିଗ୍ ବା ନକଲି ଚୁଟି ଭିତରେ ସୁନା ଲୁଚାଇ ଦୁବାଇରୁ ଆସିଥିବା ଜଣେ ଯାତ୍ରୀକୁ ବରଣାସୀ ଏୟାରପୋର୍ଟରୁ ଧରିଲା କଷ୍ଟମ୍ସ ବିଭାଗ। ଓ୍ୱିଗ୍ ଭିତରେ ସୁନାକୁ ଗୁଣ୍ଡ ବା ପେଷ୍ଟ୍ ଆକାରରେ ସେ ଲୁଚାଇ ଆଣୁଥିଲେ। ଆଉ ଜଣେ ବ୍ୟକ୍ତି କାର୍ଟୋନ୍ ରାପିଂ ସିଟ୍‌ରେ ସୁନା ଲୁଚେଇ ଆଣିବା ବେଳେ ତାକୁ ମଧ୍ୟ ଧରାଯାଇଛି।

Advertisment

ଘଟଣାରେ ୮୮୪ ଗ୍ରାମ୍‌ରୁ ଅଧିକ ଓଜନର ସୁନା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୧୧ ହଜାର ଟଙ୍କା ହେବ ବୋଲି ଟୁଇଟ୍ କରିଛି ଲ‍କ୍ଷ୍ନୌ କଷ୍ଟମ୍ସ କମିଶନରେଟ୍।

ସେହିପରି ଆଉ ଏକ ଘଟଣାରେ ଦୁବାଇରୁ ଲକ୍ଷ୍ନୌ ଆସିଥିବା ବିମାନରେ ଯାତ୍ରୀ ଜଣକ ରୋଡିୟମ୍ ପଲିସ୍ଡ ସୁନା ତାର ଟ୍ରଲି ବ୍ୟାଗ୍‌ର ବିଡିଂ ଭିତରେ ଲୁଚାଇ ଆଣିବା ବେଳେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ୧୧୨ ଗ୍ରାମ୍ ସୁନା ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୭୩ ହଜାର ଟଙ୍କା ହେବ।

Advertisment
Gold Smuggling Duplicate Hair
Advertisment
Advertisment