• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜସ୍ଥାନରେ ହୃଦୟବିଦାରକ ଦୁର୍ଘଟଣା । ବିବାହ ପାଇଁ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଉଥିବା ବେଳେ ରାସ୍ତାରେ ଜଗିଥିଲା ଯମ । ନଦୀକୁ ଖସିପଡ଼ିଲା ବର ଗାଡ଼ି । କୋଟା ନୟାପୁରା ପୋଲିସ ଷ୍ଟେସନ ପରିସରରେ ଥିବା ଚମ୍ବଲରେ ଥିବା ଏକ ଛୋଟ କଲଭର୍ଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ବର ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଛି ।

ନଅ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏତେ ବଡ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ସହାୟତାରେ କାରଟିକୁ ନଦୀ ଭିତରୁ ବାହାରକୁ ଆଣିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଯାଇଛି । ଏହାସହ ବରିଷ୍ଠ ଅଧିକାରୀ, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

କାରରେ ବସିଥିବା କୌଣସି ବି ବ୍ୟକ୍ତି ବଞ୍ଚିଲେନି

ଶନିବାର ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯେଉଁଠାରେ ଏକ କାର ନୟାପୁରା ନିକଟ ଚମ୍ବଲ ନଦୀରେ ଜୋରରେ ଯାଉଥିବା ଗାଡ଼ି ଖସିପଡିଛି । ଦୁର୍ଘଟଣା ସମୟରେ ସେଠାରେ କେହି ନଥିଲେ । ଆଉ ସେଥିପାଇଁ କାରରୁ କେହି ଜୀବିତ ବାହାରିପାରିଲେ ନାହିଁ ବୋଲି କୁହାଯାଉଛି । ହୁଏତ ସହାୟତା ପାଇଁ କେହି ଥିଲେ ସେମାନଙ୍କ ଜୀବନ ବଞ୍ଚିଯାଇଥାନ୍ତା । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଜି ବୁଡ଼ାଳି ଟିମ୍ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ନଦୀରେ ବୁଡ଼ିଯାଇଥିବା ସମସ୍ତ ଲୋକଙ୍କ ଶବକୁ ବାହାର କରାଯାଇଥିଲା ।

ତେବେ ଏହି ଦୁର୍ଘଟଣାକୁ ସମ୍ପର୍କରେ ଜାଣିବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତି। ଅନେକ ଲୋକଙ୍କ ଅକାଳ ବିୟୋଗ ହୃଦୟ ବିଦାରକ, ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି ବୋଲି ସେ କହିଛନ୍ତି ।