/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646564973.jpg)
Jawan Firing
ସାଥି ଯବାନଙ୍କ ଗୁଳିରେ ୫ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ। ପଞ୍ଜାବ ଅମୃତସରରେ ଘଟିଛି ଅଭାବନୀୟ ଘଟଣା। ଅମୃତସର ଖାସା ଅଞ୍ଚଳରେ ଥିବା ବିଏସ୍ଏଫ୍ର ୧୪୪ ବାଟାଲିଅନ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁଳି ଚାଳନା କରିଥିବା ଯବାନଙ୍କ ସହ ୫ ସାଥି ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
କନଷ୍ଟେବଳ ସତ୍ତେପା ଏସ୍ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଘଟଣାର କୋର୍ଟ ଅଫ୍ ଇନକ୍ୱାରି ଆଦେଶ ଦିଆଯାଇଛି। ସହିଦ ଯବାନଙ୍କ ମଧ୍ୟରେ ହେଡ୍ କନଷ୍ଟେବଲ ଡିଏସ୍. ତୋରସାକାର, ହେଡ୍ କନଷ୍ଟେବଲ ବଲଜିନ୍ଦର କୁମାର ଓ କନଷ୍ଟେବଲ ରତନ ଚାନ୍ଦ ରହିଛନ୍ତି। ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରକାଶଥାଉକି କନଷ୍ଟେବଳ ସତ୍ତେପା ଏସ୍ କିଛି ଦିନ ଧରି ମାନସିକ ଚାପରେ ଥିଲେ। ଏପରିକି ନିଜର ଡ୍ୟୁଟି ସମୟରେ ପରିବର୍ତ୍ତନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସୂଚନାରୁ ପ୍ରକାଶ ଗତକାଲି ରାତିରେ ବରିଷ୍ଠ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ବାହାରିନଥିଲା।
ରବିବାର ସକାଳୁ ସତ୍ତେପା ଡ୍ୟୁଟିକୁ ଆସିବା ଆଖିବୁଜା ଗୁଳିଚାଳନା କରିଥିଲେ। ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ ଯବାନ। ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ଦୌଡି ପଳାଇଥିଲେ। ଏଥିରେ ୧୦ ଜଣ ଆହତ ହୋଇଥିଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାଟି ଭାରତ-ପାକିସ୍ତାନ ସୀମା ୱାଘା ବର୍ଡର ଠାରୁ ୨୦ କିମି ଦୂରରେ ଘଟିଛି।
ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଯବାନଙ୍କ ମା କହିଛନ୍ତି ଯେ ସକାଳୁ ଟିଫିନ୍ କରି ମୋ ପୁଅ ଯାଇଥିଲା। ଗୋଟିଏ ଲୋକ ହଠାତ୍ ଆସି ଆଖିବୁଜା ଗୁଳି ଚଲାଇଥିଲା। ମୋ ପୁଅ ଭଲ ହୋଇଯାଉ ସେତିକି ମୋର ପ୍ରାର୍ଥନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)