• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫର୍ଜି ରେଡ୍ କରି ବ୍ୟବସାୟୀଙ୍କ ଠାରୁ ଜୀବନ ଯାକର ପୁଞ୍ଜି ଲୁଟିନେଲେ ଦୁର୍ବୃତ୍ତ । କର୍ଣ୍ଣାଟକର ଜଣେ ଟମାଟୋ ବ୍ୟବସାୟୀ ନକଲି ଆୟକର ବିଭାଗ ଚଢ଼ାଉର ଶିକାର ହୋଇଛନ୍ତି । ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷ ନଗଦ ଟଙ୍କା ଏବଂ ୨୦ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ନେଇଯାଇଛନ୍ତି ଦୁର୍ବୃତ୍ତ । କେବଳ ଏତିକି ନୁହେଁ ଅଭିଯୁକ୍ତମାନେ ପରିବାର ସଦସ୍ୟଙ୍କୁ ଭୟଭୀତ କରିବା ସହ ସେମାନଙ୍କୁ ଧମକ ଦେଇଥିଲେ ଓ ଘରେ ସମସ୍ତଙ୍କୁ ବାନ୍ଧି ଫେରାର ମାରିଛନ୍ତି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବସାୟୀଙ୍କୁ ଜାଣିଥିବା ବ୍ୟକ୍ତି ହିଁ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

କୋଲାରର ବାଇର୍ ଗୋଡା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ନିଜକୁ ଆଇଟି ଅଧିକାରୀ କହି କିଛି ଲୋକ ଟମାଟୋ ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ । ଘରର ଯାଞ୍ଚ ପାଇଁ ସେମାନଙ୍କର ନିର୍ଦ୍ଦେଶ ରହିଛି ବୋଲି ଅଭିଯୁକ୍ତମାନେ ପରିବାର ଲୋକଙ୍କୁ କହିଥିଲେ । ସରକାରୀ ନିର୍ଦ୍ଦେଶ ଥିବାରୁ ରମେଶ ନକଲି ଅଧିକାରୀମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ପରେ ସେମାନଙ୍କ ହାବଭାବ ଦେଖିବା ପରେ ମନକୁ ସନ୍ଦେହ ଆସିଥିଲା ।

୬ ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ପରିଚୟ ଆକାରରେ କିଛି ଫାଇଲ ଦେଖାଇଥିଲେ, ଯେଉଁଥିରେ ସିବିଆଇ ଉଲ୍ଲେଖ କରାଯାଇଥିଲା । ଘରେ ପ୍ରବେଶ କରିବା ପରେ ହିଁ ଅଭିଯୁକ୍ତମାନେ ପରିବାର ସଦସ୍ୟଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ସମ୍ପର୍କରେ ପଚରାଉଚରା କରିଥିଲେ । ଅନୁସନ୍ଧାନର ଏକ ଅଂଶ ଭାବରେ ରମେଶ, ତାଙ୍କ ପତ୍ନୀ ଏବଂ ତାଙ୍କ ପୁଅ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଟଙ୍କା ଏବଂ ଅଳଙ୍କାର କେଉଁଠାରେ ରଖାଯାଇଥିଲା ସେ ସମ୍ବନ୍ଧରେ ସୂଚନା ଦେଇଥିଲେ ।

ତେବେ ଯେତେବେଳେ ଅଭିଯୁକ୍ତମାନେ ଟଙ୍କା ସଂଗ୍ରହ କରି ପ୍ୟାକିଂ କରିବା ଆରମ୍ଭ କରିଥିଲେ, ସେତେବେଳେ ରମେଶଙ୍କୁ ସନ୍ଦେହଜ ହୋଇଥିବା ଓ ସେ ପୋଲିସର ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ । ଏହା ପରେ ଅଭିଯୁକ୍ତମାନେ ପରିବାର ସଦସ୍ୟଙ୍କୁ ଛୁରୀ ମୁନରେ ଧମକ ଦେଇ ଦଉଡିରେ ବାନ୍ଧି ଦେଇଥିଲେ। ଏହା ପରେ ସେମାନେ ସିସିଟିଭିକୁ ଭାଙ୍ଗି ଦେବାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଲାସ ଏସପି ଦେବରାଜ ଘଟଣାସ୍ଥଳରେ ପହଞ୍ଚି ରମେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି । ଘଟଣାର ତଦନ୍ତ କରାଯାଉଛି ।