• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବରଣମାଳା ବେଳେ ହାଇଡ୍ରାମା । ଷ୍ଟେଜ୍‌ ଉପରେ କନ୍ୟାର ବାପା ଓ ଭାଇଙ୍କୁ ନିର୍ଧୂମ ପିଟିଲେ ବରର ଭାଇ । ଉତ୍ତରପ୍ରଦେଶର ଇଟାୱାରେ ଶେହାନାଇ ଏବଂ ବ୍ୟାଣ୍ଡ-ବାଜା ବାଜିବା ବଦଳରେ ମାର୍‌ପିଟ୍‌ କରିବା ଘଟଣା ସାମ୍ନାକୁ ଆସିଛି। ଏମିତିକି ବିବାହ ବିଧି ସମ୍ପର୍ଣ୍ଣ ପରିବର୍ତ୍ତେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।

ଉତ୍ତରପ୍ରଦେଶର ଇଟାୱାର ଫ୍ରେଣ୍ଡସ୍ କଲୋନୀରେ ଥିବା ଏକ ମରିସ ହାଉସ୍‌ରେ ବିବାହ ରୀତିନୀତି କରାଯାଉଥିଲା । ବରଣମାଳା ବିଧି ପାଇଁ ସବୁକିଛି ପ୍ରସ୍ତୁତି ମଧ୍ୟ ସରିଥିଲା । ହେଲେ ଠିକ୍ ସେହି ସମୟରେ ହଠାତ୍‌ ବର ପକ୍ଷର ଲୋକେ କନ୍ୟାର ବାପା ଓ ଭାଇଙ୍କୁ ମାଡ ମାରିବା ଆରମ୍ଭ କରିଦେଲେ । ଚାହୁଁ ଚାହୁଁ ଗଣ୍ଡଗୋଳ ବଢ଼ିବାରେ ଲାଗିବା ଫଳରେ ବିବାହ ଉତ୍ସବ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଗଲା । ଉତ୍ତେଜନା ବଢ଼ିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୋଲିସ୍‌କୁ ସୂଚନା ଦିଆଗଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ କାବୁ କରିବା ସହ ଉଭୟ ବର ଓ କନ୍ୟା ପକ୍ଷର ଲୋକଙ୍କୁ ଥାନାକୁ ନେଇଯାଇଥିଲେ । ସବାରି ବାହାରିବା ପରିବର୍ତ୍ତେ ଉଭୟ ବର ଓ କନ୍ୟା ପକ୍ଷ ଥାନାକୁ ଗଲେ । ବିବାହ ମନ୍ତ୍ର ଉଚ୍ଚାରଣ ବଦଳରେ ଆହତ ହୋଇଥିବା ଲୋକଙ୍କ କାନ୍ଦିବା ଶବ୍ଦ ଶୁଣିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଗତକାଲି ଇଟାୱାର ଫ୍ରେଣ୍ଡସ୍ କଲୋନୀରେ ଥିବା ଆଶିର୍ବାଦ୍ ବିବାହ ଗୃହରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ବରଯାତ୍ରୀ ମଧ୍ୟ ପହଞ୍ଚିସାରିଥିଲେ । ବିବାହର ସମସ୍ତ ରିତିନିତୀ ସରିବା ପରେ ଜୟମାଲା ତଥା ବରଣମାଳାର ପାଇଁ ପ୍ରସ୍ତୁତି ଚାଲିଥିଲା । ଏମିତିକି ବରଣମାଳା ପାଇଁ ଷ୍ଟେଜ୍‌ ମଧ୍ୟ ସୁସଜ୍ଜିତ ହୋଇଥିଲା । ହେଲେ ଏହି ସମୟରେ ବରର ଭାଇମାନେ ନିଶାସକ୍ତ ହୋଇ ନାଚିବାର ଜିଦ୍ ଧରିଥିଲେ। ଯାହାକୁ ନେଇ ସେମାନେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରିବାକୁ ଆରମ୍ଭ କରିଥିଲେ ।

ନାଚିବାକୁ ମନା କରିବାରୁ ବରର ଭାଇମାନେ ବରର ପିତା ଏବଂ ଭାଇମାନଙ୍କୁ ଅତି ନିର୍ମମ ଭାବରେ ପିଟିବାକୁ ଲାଗିଲେ ଏମିତିକି ସେଠାରେ ଥିବା ଚେୟାର ଗୁଡିକ ମଧ୍ୟ ଭାଙ୍ଗିବାକୁ ଲାଗିଲେ । ସମୟକ୍ରମେ ବିବାହ ସ୍ଥଳରେ ପରିସ୍ଥିତି ଜଟିଳ ହେବାକୁ ଲାଗିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ସୂଚନା ଦିଆଯାଇଥିଲା ।

ଉଠିଲା ନାହିଁ ସବାରି

ଏହି ସ୍ଥିତିରେ ବିବାହକୁ ସ୍ଥଗିତ କରାଯାଇଥିଲା । ଏମିତିକି କନ୍ୟାର ସବାରି ମଧ୍ୟ ଉଠିଲା ନାହିଁ । ଅନ୍ୟପକ୍ଷେ, ପୋଲିସ ବର ଓ ବରକୁ ଫ୍ରେଣ୍ଡସ୍ କଲୋନୀର ପୋଲିସ ଷ୍ଟେସନକୁ ଆଣିଥିଲା।

ବର୍ତ୍ତମାନ ଉଭୟ ବର ଓ କନ୍ୟା ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଥିବା କୁହାଯାଉଛି। ଏହି ଘଟଣାରେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିବାର ଜଣାପଡିଛି ।