• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିର ସମାଜରେ ଅନେକ ଲୋକ ଝିଅଙ୍କୁ ବୋଝ ଭାଭିଥାନ୍ତି । ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମନରେ ଝିଅଙ୍କ ପ୍ରତି ଅତୁଟ ସ୍ନେହ ଓ ସମ୍ମାନ ମଧ୍ୟ ରହିଥାଏ । ବର୍ତ୍ତମାନ ସମାଜରେ ଗୋଟିଏ ଝିଅର ବାସ୍ତବତା କହିଲେ ଭ୍ରୃଣ ହତ୍ୟାଠାରୁ ଆରମ୍ଭ କରି ବଳତ୍କାର ଓ ନାରୀ ନିର୍ଯ୍ୟାତନାରେ ଶେଷ ହୋଇଥାଏ । ଝିଅମାନେ ଏମିତି ଅନେକ ଅତ୍ୟାଚାର ଓ ନିର୍ଯ୍ୟାତନା ଆଦିର ଶିକାର ହୋଇଥାନ୍ତି । ଏହାରି ମଧ୍ୟରେ ବିହାରର ମଧୁବାଣୀ ଜିଲ୍ଲାରୁ ଏକ ଖବର ସାମ୍ନାକୁ ଆସିଛି ଯାହା ନିଜ ଝିଅ ପ୍ରତି ପରିବାରର ଅଶେଷ ପ୍ରେମକୁ ଦର୍ଶାଇଛି ।

ବିହାରର ମଧୁବାନୀ ଜିଲ୍ଲାର ଜଣେ ଡାକ୍ତର ଦମ୍ପତି ସେମାନଙ୍କ ଝିଅର ଜନ୍ମ ଦିନକୁ ସ୍ମରଣୀୟ ତଥା ଝିଅଙ୍କ ପ୍ରତି ସମାଜକୁ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ।

ବିହାର ଝାନଞ୍ଜରପୁର ଆର୍‌ଏସ୍‌ ବଜାରରେ ରହୁଥିବା ଡ଼ ସୁର୍‌ବିନ୍ଦୁ ଝା ଏବଂ ଡାକ୍ଟର ସୁଧା ଝା ନିଜ ଝିଅ ଆସ୍ଥା ଭରଦ୍ୱାଜଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି ।

ଏନେଇ ଡ଼ ସୁର୍‌ବିନ୍ଦୁ କହିଛନ୍ତି ଯେ, ‘ଆସ୍ଥା ଭରଦ୍ୱାଜ ତାଙ୍କ ଖାନ୍‌ଦାନ୍‌ର ପ୍ରଥମ ଝିଅ । ଝିଅମାନେ ହେଉଛନ୍ତି ପରିବାରର ନାଁ ଓ ସମ୍ମାନ । ହେଲେ ବିଗତ ୭ ପିଢ଼ି ପର୍ଯ୍ୟନ୍ତ ତାଙ୍କ ପରିବାରରେ ଝିଅର କାନ୍ଦିବା ସ୍ୱର ତଥା ଖେଳକୁଦ, ହସର ଧ୍ୱନି ଶୁଣିବାକୁ ପାଉନଥିଲେ । ୭ ଟି ପିଢି ପରେ ଝିଅ ଜନ୍ମ ହୋଇଥିବାରୁ ଆମେ ଅତ୍ୟନ୍ତୁ ଖୁସି ଅଛୁ । ଏହି ସୁଖକୁ ସ୍ୱତନ୍ତ୍ର କରିବା ପାଇଁ, ଆମେ ଚନ୍ଦ୍ରରେ ଜମି କିଣି ଆମ ଝିଅକୁ ଉପହାର ଦେଇଛୁ’ ।

ଏହାସହ ସେ କହିଛନ୍ତି ଯେ, ଜହ୍ନରେ ଜମି କିଣିବା ପ୍ରକ୍ରିୟା ଶେଷ କରିବାକୁ ତାଙ୍କୁ ପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିଥିଲା । ଏଥିପାଇଁ ସେ ପ୍ରଥମେ ସେ ଆମେରିକାର କାଲିଫର୍ନିଆର ଲୁନା ସୋସାଇଟିର ୱେବସାଇଟରେ ଆବେଦନ କରିଥିଲେ । ତା’ପରେ ସମସ୍ତ କାଗଜପତ୍ର କାର୍ଯ୍ୟ ଶେଷ କରିବା ସହ ପେପାଲ୍ ଆପ୍ ମାଧ୍ୟମରେ ଜମି ମୂଲ୍ୟ ଏବଂ ପଞ୍ଜୀକରଣ ଫି ଦେଇଥିଲେ । ଶେଷରେ ତାଙ୍କୁ ୨୦୨୨ ଜାନୁଆରୀ ମାସ ୨୭ ତାରିଖରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଚନ୍ଦ୍ରରେ ଜମି ପଞ୍ଜିକରଣର ଏକ ପ୍ରମାଣପତ୍ର ମିଳିଥିଲା ।