/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646294310.jpg)
Quad nations
ୟୁକ୍ରେନ୍-ରଷିଆ ଯୁଦ୍ଧକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୱାଡ୍ ବୈଠକ । ଭାରତ, ଆମେରିକା, ଅଷ୍ଟ୍ରେଲିଅର, ଜାପାନ ଏହି ବୈଠକରେ ଭର୍ଚୁଆଲରେ ସାମିଲ ହେବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ଜୋ-ବାଇଡେନଙ୍କ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କାଶିଦା ବି ଏଥିରେ ଯୋଗ ଦେବେ । କ୍ୱାଡ୍ ବୈଠକରେ ରଷିଆର ଆକ୍ରମଣ ଓ ବିବାଦର ସମାଧାନ ନେଇ ଆଲୋଚନା ହୋଇପାରେ । ବିଶେଷ ଭାବେ ଭାରତ ଏଦିଗକୁ ଗୁରୁତ୍ୱ ସହ ନେଇ ଆମେରିକା ସହ ଆଲୋଚନା ହେବାର ସମ୍ଭାବନା ରହିଛି ।
କ୍ୱାଡର ସମସାମୟିକ ତଥା ସକରାତ୍ମକ ଏଜେଣ୍ଡା ସମ୍ବନ୍ଧରେ ଚାରିଜଣ ନେତା ଅତୀତରେ ପଦକ୍ଷେପ ନେଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୨୧ରେ କ୍ୱାଡ ନେତାମାନେ ୱାଶିଂଟନରେ ବ୍ୟକ୍ତିଗତ ଭାବରେ ସାକ୍ଷାତ ହୋଇଥିଲେ । ଏହି ସମୟରେ ଇଣ୍ଡୋ-ପାସିଫିକ ଓ କୋଭିଡ-୧୯ ପ୍ରସଙ୍ଗରେ ସମସ୍ତେ ଆଲୋଚନା କରିଥିଲେ । ହେଲେ ଏଥର ରୁଷ ଓ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି।
କ୍ୱାଡ କ’ଣ ଏବଂ ଏହାକୁ କାହିଁକି ଗଠନ କରାଗଲା?
ଭାରତ ମହାସାଗରରେ ସୁନାମୀ ପରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଅନୌପଚାରିକ ମିଳିତ ମଞ୍ଚ ଗଠନ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ସଂଗଠନ । ଏଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ । ଏହି ଚାରୋଟି ଦେଶ ହେଉଛି ବିଶ୍ୱର ସବୁଠାରୁ ବଡ ଅର୍ଥନୈତିକ ଶକ୍ତି । ୨୦୦୭ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହାକୁ Quadrilateral Security Dialogue ବା କ୍ୱାଡ ରୂପରେ ଅନୌପଚାରିକ ରୂପ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)