• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ । ସୀମା ସେପଟୁ ଭାରତ ଭିତରକୁ ବେଆଇନ୍ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି । ଆଜି ଏକ ପାକିସ୍ତାନୀ ଡ୍ରୋନ୍ ଭାରତ ସୀମାରେ ପ୍ରବେଶ କରିଥିବା ଖବର ରହିଛି । ଭାରତ ଆକାଶରେ ଶତ୍ରୁ ଦେଶର ଡ୍ରୋନ୍‌ ଦେଖିବା ମାତ୍ରେ ସୀମା ସୁରକ୍ଷା ବାହିନୀ (ବିଏମ୍ଏଫ୍) ଗୁଳି ଚଳାଇଥିଲା । ସୋମବାର ପାହାନ୍ତା ୩ଟା ସମୟରେ ପଞ୍ଜାବର ଫିରୋଜପୁର ସେକ୍ଟରରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା । ଡ୍ରୋନ୍ ସହିତ ନିଷିଦ୍ଧ ସାମଗ୍ରୀ ଥିବା ଦୁଇଟି ପ୍ୟାକେଟ୍ ମଧ୍ୟ ଉଦ୍ଧାର କରାଯାଇଛି ।

ଫିରୋଜପୁର ସେକ୍ଟରରେ ପାକିସ୍ତାନ ପଟୁ ଭାରତ ଆଡ଼କୁ ମାଡ଼ି ଆସୁଥିବା କିଛି ସନ୍ଦେହଜନକ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ସୀମା ସୁରକ୍ଷା ବାହିନୀକୁ ତୁରନ୍ତ ସତର୍କ କରାଯାଇଥିଲା ଓ ଗୁଳି ଚଳାଇ ଡ୍ରୋନ୍‌କୁ ଖସାଇ ଦିଆଯାଇଥିଲା ।

ଏହାପୂର୍ବରୁ ଶନିବାର ଦିନ ଜମ୍ମୁରେ ମଧ୍ୟ ଦେଖାଯାଇଥିଲା ପାକିସ୍ତାନୀ ଡ୍ରୋନ୍ । ଆଉ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା ବିଏସ୍ଏଫ୍ । ସକାଳ ପ୍ରାୟ ୪.୧୦ ରେ ଅରନିଆର ନାଗରିକ ଅଞ୍ଚଳରେ ପ୍ରବେଶ କଲାବେଳେ ବିଏସ୍ଏଫ୍ କର୍ମଚାରୀମାନେ ଉଡ଼ୁଥିବା ସନ୍ଦେହଜନକ ବସ୍ତୁ ଉପରେ ଗୁଳି ଚଳାଇଥିଲେ ।

ଆଉ ତା’ପରେ ପୋଲିସ ସାହାଯ୍ୟରେ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଡ୍ରୋନ୍ ଦେଖିବାର ୧୦ମିନିଟ୍ ମଧ୍ୟରେ ବିଏସ୍ଏଫ୍ କର୍ମଚାରୀମାନେ ପ୍ରାୟ ୧୮ଟି ଗୁଳି ଚଳାଇଥିବା କଥା କହିଥିଲେ ଅଧିକାରୀ ।