• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ । ଯୁଦ୍ଧ ଘେରରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପ୍ରୀୟୂଷ ଗୋଏଲଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ପରେ ପ୍ରତିଦିନ ଏକାଧିକ ବିମାନରେ ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଭାରତୀୟଙ୍କୁ ଉଦ୍ଧାର ପାଇଁ ରଷିଆ ୧୦୦ଟି ବସ୍ ବ୍ୟବସ୍ଥା କରିଛି । ରଷିଆ ପ୍ରତିନିଧି ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହି ୟୁକ୍ରେନରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।

ସେପଟେ ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଗତ ରାତିରେ କିଛି ସ୍ୱତନ୍ତ୍ର ବିମାନରେ ଫେରିଛନ୍ତି ଶହ ଶହ ଭାରତୀୟ । ତେବେ ଭାରତୀୟମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ପରିବେଶ ।

ନିଜର ପ୍ରିୟ ପରିଜନମାନେ ସେମାନଙ୍କ ପିଲାଙ୍କୁ ଦେଖିବା ପରେ ଖୁସିର କାନ୍ଦ ରୋକିପାରିନଥିଲେ କିଛି ସମୟ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଥିଲା । ୟୁକ୍ରେନରୁ ବହୁ ସଂଘର୍ଷ କରି ସ୍ୱଦେଶ ଫେରିଥିବାରୁ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା ।