/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1646318104.jpeg)
PM Modi
ୱାର ଜୋନ୍ ୟୁକ୍ରେନରୁ ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ମୋଦିଙ୍କ ଆଗରେ ବଖାଣିଥିଲେ ଯୁଦ୍ଧ ସମୟର ସଂଘର୍ଷର କାହାଣୀ । ୟୁକ୍ରେନ ଉପରେ ଋଷ ଆକ୍ରମଣ ସମୟରେ ସେମାନେ କିଭଳି ପରିସ୍ଥିତିରେ ଥିଲେ ଏବଂ କେମିତି ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ, ତାହା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଭୟ ଓ ଆତଙ୍କର ପରିବେଶରୁ ବାହାରିଥିବା ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ହୋଇଥିବା ବେଳେ ଉଦ୍ଧାର ପାଇଁ ଧନ୍ୟବାଦ ବି ଜଣାଇଥିଲେ ।
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଗତକାଲି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହୋଇଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି। ବିଶେଷ କରି ଖାରକିଭ୍ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି। ଭାରତୀୟଙ୍କୁ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ଋଷିଆର ସହଯୋଗ ଲୋଡ଼ିଛନ୍ତି।
ରୁଷ୍ କବ୍ଜାରେ ଖେରସନ୍ । ୟୁକ୍ରେନ୍ର ଖେରସନ୍ ସହରକୁ କବ୍ଜା କଲା ରୁଷିଆ । ଖେରସନ୍ ସହର କବ୍ଜା ନେଇ ନିଜେ ଖେରସନ୍ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ସୂଚନା ଅନୁସାରେ, ଋଷିଆର ଆକ୍ରମଣର ସପ୍ତାହେ ମଧ୍ୟରେ ୟୁକ୍ରେନର ମୋଟ୍ ଜନସଂଖ୍ୟାର ୨% ଲୋକ ଦେଶ ଛାଡ଼ି ସାରିଲେଣି। ଆହୁରି ୩୦ ଲକ୍ଷ ଲୋକ ଦେଶ ଛାଡ଼ିବା ଆଶଙ୍କା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)