Advertisment

ପୁଟିନଙ୍କ ସହ କଥା ହେଲେ ମୋଦି, ସାମ୍ନାକୁ ଆସିଲା ବଡ଼ ବୟାନ...

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି।

author-image
Rajalaxmi Sahoo
PM Modi-Russian President

PM Modi-Russian President

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଗତକାଲି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହୋଇଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି। ବିଶେଷ କରି ଖାରକିଭ୍‌ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି। ଭାରତୀୟଙ୍କୁ ଉଦ୍ଧାର ନେଇ ପ୍ରଧାନମନ୍ତ୍ରୀ ଋଷିଆର ସହଯୋଗ ଲୋଡ଼ିଛନ୍ତି। 

Advertisment

ମୋଦି-ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଅଳ୍ପ ସମୟ ମଧ୍ୟରେ ଋଷିଆ ପକ୍ଷରୁ ବଡ଼ ବୟାନ ଆସିଛି। ୟୁକ୍ରେନରେ ରହୁଥିବା ପ୍ରବାସୀ ଭାରତୀୟ ଏବଂ ଛାତ୍ରଙ୍କୁ ବନ୍ଧକ ରଖାଯାଇଛି। ଏଭଳି ସଙ୍ଗୀନ ଆରୋପ ଆଣି ୟୁକ୍ରେନ ଉପରେ ବିଷୋଦଗାର କରିଛି ଋଷିଆ। ଋଷିଆ ପକ୍ଷରୁ ବିଳମ୍ବିତ ରାତିରେ ଜାରି କରାଯାଇଥିବା ବୟାନରେ ଏହି ଦାବି କରାଯାଇଛି।

କୁହାଯାଇଛି ଯେ, ୟୁକ୍ରେନରେ ଥିବା ଭାରତୀୟଙ୍କୁ ସହଯୋଗ କରିବାକୁ ଋଷିଆ ଚାହୁଁଛି। କିନ୍ତୁ ୟୁକ୍ରେନ୍ ସମସ୍ତଙ୍କୁ ବନ୍ଧକ ରଖିବାକୁ ଚେଷ୍ଟା କରୁଛି। ଋଷିଆ ସେନା ବିରୋଧରେ ସେମାନଙ୍କୁ ଢାଲ ଭଳି ବ୍ୟବହାର କରୁଛି। ଖାରକିଭ୍‌ରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିବା ଋଷିଆ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Advertisment

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାର ଓ ଋଷିଆ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେପଟେ ବେଲାରୁଷ୍‌ର ରାଜଦୂତ ୟୁଏନରେ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି, ପୋଲାଣ୍ଡରେ ବର୍ଡର ଗାର୍ଡସମାନେ ପାଖାପାଖି ଶହେ ଭାରତୀୟ ଛାତ୍ରଙ୍କୁ ମାର୍‌ପିଟ୍ କରିଥିବା ଦେଖିବାକୁ ମିଳିଛି। ଏହାପରେ ସେମାନଙ୍କୁ ପୁନର୍ବାର ୟୁକ୍ରେନକୁ ପଠାଇ ଦିଆଯାଇଛି। ଏସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ନେଇ ଭାରତ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇନାହିଁ।

Russia Ukraine Crisis Ukraine Crisis Ukraine Russia War Russian Ukrainian War
Advertisment
Advertisment