Advertisment

ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ

ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଏଥିଯୋଗୁ ଉପକୃତ ହେବେ।

author-image
Chandan Shishu
medical students back from Ukraine

medical students back from Ukraine

ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ଫରେନ୍ ମେଡିକାଲ୍ ଗ୍ରାଜୁଏଟ୍ସ। ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସ୍ୱଦେଶ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଛି ନ୍ୟାସନାଲ ମେଡିକାଲ କମିଶନ। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ମେଡିକାଲ ଛାତ୍ର ଯଦି ନିଜ ଇଟର୍ଣ୍ଣସିପ୍ ସାରି ପାରିନଥିବେ ସେମାନେ ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ସ୍କ୍ରିନିଂ ଟେଷ୍ଟ ଦେବାକୁ ପଡ଼ିବ।

Advertisment

ତେବେ ସଂପୃକ୍ତ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ ପାଇଁ ଆବେଦନ କରିବା ପୂର୍ବରୁ ବିଦେଶରେ ମେଡିକାଲ ପାଠ୍ୟକ୍ରମ ସାରିଥିବା ଆବଶ୍ୟକ  ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁ ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଏଥିଯୋଗୁ ଉପକୃତ ହେବେ। ତେବେ ଭାରତରେ ପଞ୍ଜିକୃତ ହେବା ପୂର୍ବରୁ ସଂପୃକ୍ତ ଫରେନ୍ ମେଡିକାଲ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ କ୍ଲିଅର କରିବାକୁ ପଡ଼ିବ।

ଯେଉଁ ବିଦେଶ ମେଡିକାଲ ଛାତ୍ରଛାତ୍ରୀ ଏହି ମାନଦଣ୍ଡ ପୂରଣ କରିପାରିବେ ସେମାନଙ୍କୁ ଷ୍ଟେଟ୍ ମେଡିକାଲ କାଉନସିଲ୍ ୧୨ ମାସ କିମ୍ବା ବାକିଥିବା ସମୟ ଭାରତରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଅନୁମତି ଦେବ। ତେବେ ଇଣ୍ଟର୍ଣ୍ଣସିପ୍ ପାଇଁ କୌଣସି ମେଡିକାଲ କଲେଜ୍ ଫି ନେଇପାରିବେ ନାହିଁ। ଭାରତରେ ପଢ଼ୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭଳି ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳିବ ବୋଲି ନ୍ୟାସନାଲ ମେଡିକାଲ କମିଶନ କହିଛି।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment