• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଶାହରଣପୁର-ଦିଲ୍ଲୀ ଟ୍ରେନ୍‌ରେ ଅଗ୍ନିକାଣ୍ଡ 

 ଉତ୍ତର ପ୍ରଦେଶ ମୀରଟ ଦୌରାଲା  ରେଲେଓ୍ୱ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଷ୍ଟେସନରେ ଥିବା ବେଳେ ଶାହରଣପୁର-ଦିଲ୍ଲୀ ଟ୍ରେନରେ ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଯାତ୍ରୀମାନେ ତୁରନ୍ତ ବଗିରୁ ଓହ୍ଲାଇ ପଡ଼ିଥିଲେ ଏବଂ ପରେ ନିଆଁ ନ ବ୍ୟାପିବା ପାଇଁ ଟ୍ରେନ୍‌ରେ ଅନ୍ୟ ବଗିଗୁଡ଼ିକୁ ଏହାଠାରୁ ଅଲଗା କରାଯାଇଥିଲା ।

ନିଆଁ ନବ୍ୟାପିବା ପାଇଁ ଯାତ୍ରୀମାନେ ଟ୍ରେନ୍ର ବଗିକୁ ମଧ୍ୟ ଠେଲିଠେଲି ନେଇଥିଲେ । ଲୋକମାନେ ଏକାଠି ହୋଇ ଟ୍ରେନ୍‌କୁ ଠେଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଟ୍ରେନର ଇଂଜିନ୍ ଏବଂ ଦୁଇଟି ବଗିରେ ଅଗ୍ନିକାଣ୍ଡ ଘଟିଥିଲା ତେବେ କିଭଳି ସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନାହି। 

ୟୁପିର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଅଚାନକ ଅଗ୍ନିକାଣ୍ଡ ଘଟିଛି । ମେରଟର ଦୌରାଲା ଷ୍ଟେସନରେ ଅଚାନକ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନର ବ୍ରେକ୍ ଜାମ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ନିଆଁ ଲାଗିବା ଫଳରେ ଟ୍ରେନ ଇଞ୍ଜିନ୍ ସମେତ ଦୁଇଟି କୋଚରେ ପୋଡ଼ି ପାଉଁଶ ହୋଇଯାଇଛି ।

ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ମୃତାହତଙ୍କ କୌଣସି ସୂଚନା ନାହିଁ ।ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । 

OTV is now on Whatsapp

Join and get latest news update delivered to you via whatsapp

Join Now