• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ । ଉତ୍ତର ପ୍ରଦେଶ ନିର୍ବାଚନ ଖବର ସଂଗ୍ରହ ବେଳେ ବାରାଣସୀରେ କିଛି ଘଂଟା ପାଇଁ ଅଟକି ରହିଥିଲା ଓଟିଭି ଟିମ୍ । ସେହି ସମୟ ଭିତରେ ଦେଶର ପ୍ରମୁଖ ତୀର୍ଥସ୍ଥଳର ବଦଳିଥିବା ଅନେକ ଦୃଶ୍ୟପଟକୁ କ୍ୟାମେରା ଫ୍ରେମ୍‌କୁ ଆସିଥିଲା ।

ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର । ଏହି ଆରାଧ୍ୟ ପୀଠରେ ବର୍ଷର ସବୁ ସମୟରେ ଲୋକଙ୍କ ଭିଡ଼ ଜମୁଥିବାରୁ ୟା ଭିତରେ ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ବଦଳି ଯାଇଛି ବହୁ ପୁରୁଣା ବିଧି ବ୍ୟବସ୍ଥା ଓ ପୁରାତନ ଭିତ୍ତିଭୂମି । ୯୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନିମ ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡର । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ମହତ୍ୱାକାଂକ୍ଷୀ ଯୋଜନା ୟା ଭିତରେ ଅନେକ ଆଗକୁ ଯାଇଥିବା ବେଳେ ବନରାସର ବିକାଶ ୟୁପୀବାସୀଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଛି ।

ପରେ ଆମ କ୍ୟାମେରା ଟିମ ହାଜର ହୋଇଥିଲା ବିଶ୍ୱସ୍ତରୀୟ ବନାରସ ରେଳ ଷ୍ଟେସନରେ । ସେଠି ପହଞ୍ଚିବା ପରେ ପ୍ଲାଟଫର୍ମର ଚିକ୍ ଚିକ୍ ଚଟାଣ ହିଁ ବୟାନ କରୁଥିଲା ଉତ୍ତର ଭରତରେ ସ୍ୱଚ୍ଛ ଭାରତର ଗାଥା । ଷ୍ଟେସନର ପ୍ରତିଟି କୋଣ ଟିକିନିଖି ଭାବେ ବଖାଣୁଥିଲା ବିକାଶର ବିଭିଧ ଚିତ୍ର । ଯାହା ଏଥର ନିର୍ବାଚନରେ ଶାସକ ଦଳ ସପକ୍ଷରେ ହାଓ୍ୱା ସୃଷ୍ଟି କରିବାରେ ଦମ୍ ବି ରଖୁଥିଲା ।

କାଶୀ ନଗରୀ ବନାରସରୁ ବାରାଣସୀ ପାଲଟିଥିଲେ ବି ଏହାର ପୂର୍ବ ନାଁ ସହ ଯୋଡ଼ି ହୋଇ ରହିଛି ସହରର ଐତିହ୍ୟ ଓ ପୁରୁଣ ପରିଚୟ ବନାରସୀ ଶାଢ଼ି ଓ ବନରାସୀ ପାନ । ଯାହା କି ବିଶ୍ୱ ବିଖ୍ୟାତ ଆଧୁନିକ ଆଭିଜାତ୍ୟ ଭିତରେ ସହରର ଚାକଚକ୍ୟ ବଦଳି ଯାଇଥିଲେ ବି ଅକ୍ଷତ ରହିଛି ଏହାର ସମୃଦ୍ଧ ହସ୍ତତନ୍ତ ଶିଳ୍ପ । ଆଜି ବି ଏଠିକା ଆକର୍ଷଣ ବନାରସୀ ପାଟ ତିଆରି ପାଇଁ କାରିଗର ହାତକୁ ଫୁରସତ ମିଳେନା । ଯାହାର ପ୍ରମାଣ ବାରାଣସୀର ଗଳି କନ୍ଦିରେ ଚାଲୁଥିବା ବଡ଼ ବଡ଼ ବନାରସୀ ସିଲ୍‌କ୍‌ ସୋରୁମ୍ ଓ ବ୍ୟବସାୟ ପ୍ରତିଷ୍ଠାନ । ସେହିଭଳି ବାରାଣସୀ ଆସିଲେ ଏଠାକାର ପାନ ମାୟାରେ ବାୟା ଦେଶୀ ବିଦେଶୀ ପର୍ଯ୍ୟଟକ ।