• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେଡିକାଲ ପଢ଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ବଡ଼ ଘୋଷଣା । ମେଡିକାଲ ଆଶାୟୀ ହେଲେ ଆସ୍ୱସ୍ଥ । ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମେଡିକାଲ୍‌ କଲେଜରେ ଆଡମିଶନ ନେଇ ଏହା ମୋଦିଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଘରୋଇ ମେଡିକାଲ କଲେଜରେ ଅଧା ସିଟ୍ ଫି’ କମ୍ ରହିବ । ଅର୍ଥାତ୍‌ ଅଧା ସିଟ୍ ଫି’ ସରକାରୀ ମେଡିକାଲ କଲେଜ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ ନେଇ ପାରିବେ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା ଅନେକ ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ତେବେ ପ୍ରାଇଭେଟ୍‌ ମେଡିକାଲ କଲେଜ୍‌ର ଯେଉଁ ସିଟ୍‌ରେ ଫି’ କମ୍‌ ରହିବ, ସେହି ସିଟ୍‌ ଗୁଡ଼ିକ ଗରୀବ ମେଧାବୀ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ହେବ । କେବଳ ଗରୀବ ଛାତ୍ର, ଯିଏ ମେଡିକାଲ ପଢ଼ିବା ପାଇଁ ଯୋଗ୍ୟ କିନ୍ତୁ ଅର୍ଥର ଅଭାବ ହେତୁ ପଢ଼ିପାରୁନାହିଁ । ସେହିଭଳି ଛାତ୍ରଛାତ୍ରୀଙ୍କୁ ଏହି ସିଟ୍‌ରେ ଆଡ୍‌ମିଶନ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now