• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୟୁପି ନିର୍ବାଚନର ପ୍ରଚାରର ଆଜି ଶେଷ ଦିନ

ଆସନ୍ତା ୭ତାରିଖରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ ଜୋରସୋରରେ ପ୍ରଚାର କରି ଜନମତକୁ ନିଜ ସପକ୍ଷରେ ନେବାକୁ ଜି ଜାନ୍ ଲଗାଇ କସରତ କରିବେ ପ୍ରମୁଖ ରାଜନୈତିକ ଦଳ ଓ ନେତା ।

ସପ୍ତମ ତଥା ଶେଷ ପଯର୍ୟାୟରେ ୯ଟି ଜିଲ୍ଲାର ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ ଆଜମଗଡ, ଗାଜିପୁର, ବାରଣାସୀ, ମିର୍ଜାପୁର, ସୋନଭଦ୍ରା ଭଳି ପ୍ରମୁଖ ଜିଲ୍ଲାରେ ହେବ ମତଦାନ । ଏଥିପାଇଁ ସବୁଠି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଉଛି ।

ୟୁପିରେ ଶେଷ ପଯର୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାରଣାସୀରେ ଗତକାଲି ଅପରାହ୍ଣରେ ରୋଡ ସୋ କରିଥିବା ଦେଖିବାକୁ ମିଳିଛି । ମିର୍ଜାପୁର ରାଲିକୁ ସମ୍ବୋଧନ କରିବା ପରେ ବାରଣାସୀ ପହଞ୍ଚି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବା ସହ ରୋଡ ସୋ କରିଥିଲେ । ଏହି ସମୟରେ ଉପସ୍ଥିତ କର୍ମୀଙ୍କ ଜୟ ଶ୍ରୀ ରାମ, ହର ହର ମହାଦେବ ଧ୍ୱନୀରେ କମ୍ପିଥିଲା । ସାରା ପରିବେଶ କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତାଙ୍କ ସହ ଏକାଠି ହୋଇ ଚା ପିଇଥିଲେ ଏବଂ ନିର୍ବାଚନୀ ଚର୍ଚ୍ଚା କରିଥିଲେ