ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ ।
ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।
ବିଧାନସଭା ଭିତରେ ଅଭଦ୍ର ଟିପ୍ପଣୀ କରି କ୍ଷମା ମାଗିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ ।
ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ଆଦିତ୍ୟ L1। ୧୦ ଘଣ୍ଟା ଧରି ତୀବ୍ରତା ମାପିଲା ହିଲିୟସ ପେ-ଲୋଡ୍। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ରେ ହୋଇଛି ଲଞ୍ଚ୍।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ। BSFର ଯବାନ ପ୍ରକାଶ ଚନ୍ଦ୍ର ସିଅଳ ସହିଦ। ପ୍ରକାଶଙ୍କ ଘର ବାଲେଶ୍ୱର ବାହାନଗା ବ୍ଳକ୍ ଗୋପାଳପୁରରେ। ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ଆହତ ହୋଇଥିଲେ।
ଜାତିଗତ ସର୍ଭେ ପରେ ନୂଆ ଗୋଟି ଚଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସଂରକ୍ଷଣ ସୀମାକୁ ଟପି ରାଜ୍ୟରେ ୬୫ ପ୍ରତିଶତ ରିଜର୍ଭେସନ ଲାଗି ବିହାର ବିଧାନସଭାରେ ଆଗତ ହେଲା ପ୍ରସ୍ତାବ। ଜାତିଗତ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ବୋଲି ସୁପ୍ରିମକୋର୍ଟଙ୍କ ୧୯୯୨ ମସିହାର ରାୟ ରହିଛି।
ରଶ୍ମିକା ମନ୍ଦନାଙ୍କ ‘ଡିପ୍ ଫେକ୍’ ଭିଡିଓ ଭାଇରାଲ୍ ପରେ ଆକ୍ସନ୍ ମୁଡକୁ ଆସିଛି କେନ୍ଦ୍ର ସରକାର। ସୋସିଆଲ୍ ମିଡିଆରେ ଏଭଳି ମିଛ ଓ ଆପତ୍ତିଜନକ ଭିଡିଓ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏକ ଆଡଭାଇଜରୀ ଜାରି କରାଯାଇଛି। ଯଦି, ସୋସିଆଲ୍ ମିଡିଆରେ ଏଭଳି ପୋଷ୍ଟ କରାଯାଇଛି ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି। ନହେଲେ ଅଭିଯୋଗ ହେବାର ୩୬ ଘଣ୍ଟା ଭିତରେ ଏହାକୁ ହଟାଇବ କେନ୍ଦ୍ର।
ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଛତିଶଗଡ଼ ସୁକମା ଜିଲ୍ଲା ମିନପାରେ ଏନକାଉଣ୍ଟର୍ ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ସୁପ୍ରିମକୋର୍ଟ କଲେ ଭର୍ତ୍ସନା ।
ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେବ ମତଦାନ । ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ଏଣେ ଖାଲି ପବନ ନୁହେଁ, ଯମୁନା ନଦୀର ଜଳରେ ଭାସୁଛି ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ । ବିଷ ବଳୟ ଭିତରେ ଥିବା ରାଜଧାନୀ ଦିଲ୍ଲୀର ଦୁଃଖ କଥା ଏବେ କହିଲେ ନସରେ।
‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟିଭି ସିରିୟଲ ଜରିଆରେ ବାର୍ତ୍ତା ଦେଉଛନ୍ତି । ଦୀପାବଳୀରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।
ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା ।
ଦିଲ୍ଲୀ ଏନ୍ସିଆର୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି ।
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର ।
ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...
ବିଶ୍ୱାସ, ଭରସା ଓ ଭଲପାଇବାର ନିଆରା କାହାଣୀ । ପୁଣି ଥରେ ସେ ପ୍ରମାଣିତ କରିଛି ନିଜ ବିଶ୍ୱସ୍ତ ବନ୍ଧୁର ପରିଚୟ। ଆମେ କହୁଛୁ କେରଳ କନ୍ନୁର ଅଞ୍ଚଳର ଗୋଟିଏ କୁକୁର ରାମୁ କଥା । ଯିଏ ୪ ମାସ ହେଲା ଅପେକ୍ଷା କରି ରହିଛି ଏକ ହସ୍ପିଟାଲର ଶବଗୃହ ପାଖରେ ।
ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନ ଦ୍ବିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ବାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି । ଏମିତି ସ୍ଥିତି ଯୋଗୁ ନଭେମ୍ବର ୧୦ ଯାଏଁ ପ୍ରାଥମିକ ସ୍କୁଲ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର। ଏପଟେ ରାଜଧାନୀ ଭୁବନେଶ୍ବରରେ ବି ବଢ଼ୁଛି ପ୍ରଦୂଷଣ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ..
ଛତିଶଗଡ଼ କାଙ୍କେର ଜିଲ୍ଲା ଅନନ୍ତଗଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ ହୋଇଛି । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର।