• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଲ୍ଲୀରୁ ଦିଲ୍ଲୀ, ସବୁଠି ରାମମନସ୍କ ପ୍ରତ୍ୟେକ ଭାରତୀୟ। ସାରା ଦେଶ ଅପେକ୍ଷା କରିଛି ଆସନ୍ତା ୨୨ ତାରିଖକୁ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ୭ହଜାର ୨ଶହ କିଲୋମିଟରର ପଦଯାତ୍ରାରେ ବାହାରିଛନ୍ତି ୬୪ ବର୍ଷିୟ ବୃଦ୍ଧ ।

ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି । ୧୫ ଜାନୁଆରି ସୁଦ୍ଧା ସେ ଅଯୋଧ୍ୟାରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରଭୁ ଶ୍ରୀରାମଙ୍କ ପାଇଁ ବଡ଼ ଉପହାର; ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

୧୬ ତାରିଖରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ସୁନା ଆଚ୍ଛାଦିତ ଚରଣ ପାଦୁକା ପ୍ରଦାନ କରିବେ ବୋଲି କହିଛନ୍ତି । ୮ କିଲୋ ଓଜନର ରୁପାରେ ତିଆରି ଏହି ଚରଣ ପାଦୁକା ଉପରେ ସୁନାର କୋଟିଂ କରାଯାଇଛି ।

ସେପଟେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାବେଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ ମଥୁରାରୁ ଯାଇଛି ବିଭିନ୍ନ ଉପହାର । ମଥୁରା ବାଙ୍କ ବିହାରୀଙ୍କ ତରଫରୁ ଏହି ଉପହାର ସବୁ ପଠାଯାଇଛି । ଏଥିରେ ରହିଛି ରୂପାର ଏକ ବଂଶୀ, ଏକ ଶଙ୍ଖ ଓ ନାନା ଅଳଙ୍କାର ।

ଉପହାର ଦିଆଯାଇଥିବା ଶଙ୍ଖ ରାମ ମନ୍ଦିରରେ ପୂଜା ସମୟରେ ବଜାଯିବ । ରାମ ମନ୍ଦିର ପ୍ରତିଷ୍ଠାର ମାହେନ୍ଦ୍ର ବେଳା ପାଖେଇ ଆଣିଲାଣି । ଚଳିତ ମାସ ୨୨ ତାରିଖରେ ନିଜର ଆସ୍ଥାନରେ ବିରାଜିବେ ବାଳୁତ ରାମ । ଏଥିପାଇଁ ସବୁ କାମ ଜୋରସୋରରେ ଚାଲିଛି। ସବୁ କାମ ପ୍ରାୟତଃ ସରି ଆସିଲାଣି ।