Advertisment

ଅଯୋଧ୍ୟାରେ ନେପାଳୀ ବାବାଙ୍କ ମହାଯଜ୍ଞ; ସାମିଲ ହେବେ ୨୧ ହଜାର ପଣ୍ତିତ

ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Ram Naam Maha Yagna in Ayodhya

Shivlings

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ‘ଜୟ ଶ୍ରୀରାମ ନାମ ମହାଯଜ୍ଞ’ ର ଆୟୋଜନ କରାଯାଉଛି । ଏଥିପାଇଁ ସରାୟୁ ନଦୀ କୂଳରେ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗର ସ୍ଥାପନା କରାଯିବ ।

Advertisment

ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି । ଆତ୍ମାନନ୍ଦ ଦାସ ମହାତ୍ୟାଗୀ ବା ନେପାଳୀ ବାବା ଏହି ମହାଯଜ୍ଞ ନେତୃତ୍ୱ । ନେପାଳର ୨୧ ହଜାର ପଣ୍ଡିତ ଏହି ଯଜ୍ଞରେ ଅଂଶଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ: ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଓଡ଼ିଶାରେ ଜଳିବ ୧୨ ଫୁଟର ଦୀପ

Advertisment

ନେପାଳୀ ବାବା ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ଏହି ମହାଯଜ୍ଞ ପାଇଁ ୫୦ ହଜାର ଶ୍ରଦ୍ଧାଳୁଙ୍କ ରହଣୀ ବ୍ୟବସ୍ଥା ଏବଂ ପ୍ରତିଦିନ ପାଖାପାଖି ଲକ୍ଷେ ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନ ବ୍ୟବସ୍ଥା ବି କରାଯାଇଛି । ଏହାଯଜ୍ଞ ସମାପ୍ତ ହେବା ପରେ ସବୁ ଶିବଲିଙ୍ଗକୁ ସରାୟୁ ନଦୀରେ ବିସର୍ଜନ କରାଯିବ ।

ନେପାଳୀ ବାବା ଆହୁରି କହିଛନ୍ତି ଯେ ଜାନୁୟାରୀ ୧୪ ରୁ ଆରମ୍ଭ ଏହି ସମାରୋହରେ ପ୍ରଥମେ ଯଜମାନମାନେ ଲଣ୍ତା ହେବେ । ଜାନୁଆରୀ ୧୭ ରେ ରାମାୟଣର ୨୪ ହଜାର ଶ୍ଲୋକ ଜାପ ହେବ । ତାଙ୍କ କହିବାନୁସାରେ, ପ୍ରତିଦିନ ୧୦୦୮ ଶିବଲିଙ୍ଗର ପଞ୍ଚାମ୍ବୃତରେ ଅଭିଷେକ ହେବ । ସେ କହିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ନେପାଳୀ ନୁହନ୍ତି । ସେ ଅଯୋଧ୍ୟାବାସୀ, କାହିଁକି ନା ତାଙ୍କ ଜନ୍ମ ଅଯୋଧ୍ୟାରେ ହୋଇଛି ।

ମହାଯଜ୍ଞରେ ପୂଜା ପାଇବାକୁ ଥିବା ଶିବଲିଙ୍ଗ ମଧ୍ୟପ୍ରଦେଶ ନର୍ମଦା ନଦୀରୁ ପଥର ରୂପରେ ଅଣାଯାଇଛି । ଶିବଲିଙ୍ଗ ନିର୍ମାଣ କାମ ବି ଜାନୁଆରୀ ୧୪ ପୂର୍ବରୁ ସମାପ୍ତ ହୋଇଯିବ।

ଅଧିକ ପଢ଼ନ୍ତୁ: ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛି ଉପହାରର ସୁଅ, ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ

Ayodhya Ram Mandir
Advertisment
Advertisment