Advertisment

ଆଜି ଉଦଘାଟନ ହେବ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍

MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
PM Modi to inaugurate Mumbai Trans Harbour Link today

Atal Setu

ଆଜି ଉଦଘାଟନ ହେବ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍-ଅଟଳ ସେତୁ। ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ। ୨୨ କିଲୋମିଟର ଲମ୍ବ ଏହି ସେତୁ ଭାରତୀୟ ଇଞ୍ଜିନିୟରିଂ ଏକ ବଳିଷ୍ଠ ଉଦାହରଣ। ପ୍ରତିଦିନ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ଏହା ଦ୍ୱାରା ମାତ୍ର କିଛି ମିନିଟରେ ଏବେ ପହଞ୍ଚି ହେବ।

Advertisment

MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ତିଆରି କରାଯାଇଛି । ମୁମ୍ବାଇ ଓ ନାଭି ମୁମ୍ବାଇ ମଧ୍ୟରେ ଦୂରତାକୁ ଏହି ବ୍ରିଜ ଜରିଆରେ ମାତ୍ର ୨୦ ମିନିଟରେ ଅତିକ୍ରମ କରି ହେବ । ପୂର୍ବରୁ ଏହି ରାସ୍ତା ଅତିକ୍ରମ କରିବାକୁ ୨ଘଣ୍ଟା ସମୟ ଲାଗିଥାଏ ।

PM Narendra Modi
Advertisment
Advertisment