/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704877728.jpg)
Lord Rama on screen
ଅପେକ୍ଷା ସେହି ଦିନକୁ... ଅପେକ୍ଷା ସେହି ମୁହୂର୍ତ୍ତକୁ... ଅଯୋଧ୍ୟାର ରାମ ମନ୍ଦିରରେ ବିରାଜ ମାନ କରିବେ ରାମଲାଲା । ଆଉ ମନ୍ତ୍ର ଧ୍ୱନୀରେ କମ୍ପି ଉଠିବ ଅଯୋଧ୍ୟା ମାଟି । ପ୍ରଭୁ ଶ୍ରୀମରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏବେ ସାରା ଦେଶ ଅପେକ୍ଷା କରିଛି ସେହି ଶୁଭ ମୁହୂର୍ତ୍ତକୁ । ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହେବେ ସନାତନୀ । ତେବେ ପିଢି ପରେ ପଢି ଭକ୍ତଙ୍କୁ ରାମ ଭକ୍ତିରସରେ ବୁଡ଼ାଇ ରଖିବାରେ ଟିଭି ଆଉ ଚଳଚ୍ଚିତ୍ର ଜଗତର ରହିଥିଲା ମୁଖ୍ୟ ଭୂମିକା ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି । ଶ୍ରୀରାମ ଚରିତ୍ରରେ ସେମାନଙ୍କ ଅଭିନୟ ଏତେ ଜୀବନ୍ତ ଲାଗୁଥିଲା ଯେ ଦର୍ଶକ ଅନେକ ସମୟରେ ଅଭିନେତାଙ୍କୁ ହିଁ ପ୍ରଭୁ ରାମ ବୋଲି ଭାବି ପ୍ରଣାମ କରୁଥିଲେ ।
ଆଜି ବି ଦର୍ଶକଙ୍କ ମନରେ ଜୀବନ୍ତ ରହିଛି ରାମାନନ୍ଦ ସାଗରଙ୍କ ରାମାୟଣ । ଅରୁଣ ଗୋଭିଲଙ୍କୁ ଶ୍ରୀରାମଙ୍କ ଚରିତ୍ରରେ ଦେଖିଥିଲେ ଦର୍ଶକ । ଭାରତୀୟ ଟିଭି ପରଦାରେ ଆଜି ବି ଏହା ସର୍ବାଧିକ ଲୋକପ୍ରିୟ ଧାର୍ମିକ ଧାରାବାହିକର ସ୍ଥାନ ବଜାୟ ରଖିଛି ।
ଅଧିକ ପଢ଼ନ୍ତୁ: ମୁସଲମାନ ଅଭିନେତା କହିଲେ, “ମୁଁ ଆଜି ଯାହା କିଛି ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଇଁ”
ଅନେକ ଦର୍ଶକ ଜାଣିନଥିଲେ ବଲିଉଡ୍ ଅଭିନେତା ଜିତେନ୍ଦ୍ର ବି ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ୧୯୯୭ର ଫିଲ୍ମ ଲବକୁଶରେ ଜିତେନ୍ଦ୍ରଙ୍କୁ ଶ୍ରୀରାମଙ୍କ ଚରିତ୍ରରେ ଦେଖିଥିଲେ ଦର୍ଶକ । ବନବାସ ସାରି ମାତା ସୀତା ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାକୁ ଫେରିବା ପରର କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିଲା ।
ସାଉଥ୍ ସୁପରଷ୍ଟାର୍ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦମୂରୀ ତାରକା ରାମା ରାଓ ଓରଫ NTR ମଧ୍ୟ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିସାରିଛନ୍ତି । ଫିଲ୍ମ ଲବ କୁଶ ଏବଂ ଶ୍ରୀ ରାମାନଂଜନେୟା ୟୁଦ୍ଧମ୍ ରେ ଶ୍ରୀରାମଙ୍କ ଚିତ୍ରରେ ଅଭିନୟ କରି ବିପୁଳ ସଫଳତା ଅର୍ଜନ କରିଥିଲେ NTR ।
ଜୟ ସନ୍ତୋଷୀ ମାଆ, ରାଜା ହରିଶ୍ଚନ୍ଦ୍ର ଫିଲ୍ମରୁ ବିପୁଳ ସଫଳତା ସାଉଁଟିଥିବା ବଙ୍ଗାଳୀ ଅଭିନେତା ଆଶିଷ କୁମାର ମଧ୍ୟ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।
ଟିଭି ପରଦାର ଅନ୍ୟତମ ଲୋକପ୍ରିୟ ତାରକା ଗୁରମିତ୍ ଚୌଧରୀ ମଧ୍ୟ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିସାରିଛନ୍ତି । ୨୦୦୮ରେ ଟିଭି ସିରିଜ୍ ରାମାୟଣରେ ଗୁରୁମିତଙ୍କୁ ପ୍ରଭୁ ରାମଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା । ମଜାକଥା ହେଲା ତାଙ୍କ ପତ୍ନୀ ତଥା ସେତେବେଳର ପ୍ରେମିକା ଅଭିନେତ୍ରୀ ଦେବୀନା ବାନାର୍ଜୀ ସୀତା ଭୂମିକାରେ ଅଭିନୟ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)