/odishatv-khabar/media/post_attachments/uploadimage/library/16_9/16_9_0/CEO_mother_1704895680.jpg)
CEO mother
ତକିଆରେ ଚାପି ପୁଅକୁ ହତ୍ୟା କରିଛନ୍ତି ସିଇଓ ମାଆ ସୂଚନା ସେଠ । ତାଙ୍କ ମୁଣ୍ଡରେ କେମିତି ସଇତାନ ସବାର ହୋଇଥିଲା ଯେ, ମାରିବା ଆଗରୁ ପୁଅ ଯେମିତି ଟିକେ ବି ପ୍ରତିବାଦ କରିପାରିବ ନାହିଁ, ସେଥିପାଇଁ ପୁଅକୁ କଫ୍ ସିରଫ୍ ମଧ୍ୟ ପିଆଇଥିଲେ । ଗୋଆ ପୁଅ ମର୍ଡରରେ ଆସିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ପୋଲିସ ସନ୍ଦେହ କରୁଛି-ସୁଚିନ୍ତିତ ଷଡ଼ଯନ୍ତ୍ର କରି ନିଜ ୪ ବର୍ଷର ପୁଅକୁ ମାରିଥିଲେ ସିଇଓ ମାଆ ସୂଚନା ସେଠ ।
ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ । ପୋଲିସ କହିଛି-ତକିଆ କିମ୍ବା ବେଡ୍ ସିଟରେ ଚାପି ପୁଅକୁ ମାରି ଥାଇପାରନ୍ତି ସୂଚନା । ବେଡ୍ ବି ଏପଟ ସେପଟ ହୋଇନଥିଲା । ବୋଧହୁଏ ପିଲାଟି ଛଟପଟ ହୋଇନାହିଁ ।
ଦୁଇଟି ଖାଲି କଫ୍ ସିରଫ୍ ବୋତଲ ମିଳିଥିବାରୁ ସନ୍ଦେହ କରାଯାଉଛି-ପ୍ରଥମେ କଫ୍ ସିରପ୍ ପିଆଇ ପୁଅକୁ ଶୁଆଇ ଦେଇଥିଲେ ସୂଚନା । ପୁଅ ଗାଢ଼ ନିଦରେ ଶୋଇଥିବା ଅବସ୍ଥାରେ ତକିଆ କିମ୍ବା ବେଡ୍ ସିଟ୍ ରେ ଚାପି ମାରିଦେଲେ । ଗତକାଲି ହିଁ ତାର ବାପାଙ୍କୁ ଖବର ଦିଆଯିବା ପରେ ସେ ଇଣ୍ଡୋନେସିଆରୁ ଫେରିଥିଲେ । ତାଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।
ଆଜି ପରିବାର ପକ୍ଷରୁ ଅନ୍ତ୍ୟେଷ୍ଟି କରାଯାଇଛି । ପୁଅ ସହିତ ଦେଖା କରିବାକୁ କୋର୍ଟ ସୂଚନାଙ୍କ ସ୍ୱାମୀଙ୍କୁ ଅନୁମତି ଦେଇଥିଲେ । ଏଥିରେ କ୍ଷୁବଧ ହୋଇ ଯେପରି ପୁଅକୁ ସ୍ୱାମୀ ବିଲକୁଲ ଭେଟିନପାରିବେ, ସେଥିପାଇଁ ନିଜ ହାତରେ ନିଜ ଜନ୍ମକଲା ପୁଅକୁ ସୂଚନା ମାରିଥିବା ପୋଲିସ କହିଛି । ଏବେ ସେ ଗୋଆ ପୋଲିସ ରିମାଣ୍ଡରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)