/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704965725.jpg)
Cleanest Cities
ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରତ ଦେଶର ସବୁୁଠୁ ସଫା ସହର ଭାବେ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରସ୍କାର ପ୍ରଦାନ କରିଛନ୍ତି । ସ୍ୱଚ୍ଛ ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରତ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି । ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ପ୍ରଥମ ସ୍ଥାନରେ ଥିବା ବେଳେ ସୁରତ ପ୍ରଥମ ଥର ପ୍ରଥମ ସ୍ଥାନରେ ପହଞ୍ଚିଛି ।
ରାଜ୍ୟ ହିସାବରେ ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ । ଆବର୍ଜନା ପରିଚାଳନା, ପ୍ଲାଷ୍ଟିକ ଆବର୍ଜନାର ପରିଚାଳନା, ରିସାଇକଲ, ରିୟୁଜ ନୀତିର ପ୍ରୟୋଗ ଏବଂ ସଫେଇ କର୍ମଚାରୀଙ୍କ ସୁରକ୍ଷା ଆଧାରରେ ରାଙ୍କିଂ କରାଯାଇଥାଏ । ୨୦୧୬ରୁ ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ କରୁଛନ୍ତି କେନ୍ଦ୍ର ସରକାର। ଏ ବର୍ଷ ୪ ହଜାର ୪୭୭ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା ।
ଓଡ଼ିଶାର ଗୋଟିଏ ବି ସହର ଟପ୍ ଟେନ୍ ରେ ନାହାନ୍ତି । ଭୁବନେଶ୍ୱର ୩୪ ତମ ସ୍ଥାନରେ, ପୁରୀ ୬୨ତମ ସ୍ଥାନରେ, ୯୯ତମ ସ୍ଥାନରେ ବାଲେଶ୍ୱର, ୧୧୧ତମ ସ୍ଥାନରେ ବ୍ରହ୍ମପୁର, ୧୧୯ ସ୍ଥାନରେ ରାଉରକେଲା, ୧୬୩ତମ ସ୍ଥାନରେ ସମ୍ବଲପୁର, ୧୭୨ତମ ସ୍ଥାନରେ କଟକ, ୧୮୫ତମ ସ୍ଥାନରେ ବାରିପଦାଓ ୨୨୯ ତମ ସ୍ଥାନରେ ଭଦ୍ରକ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)