Advertisment

ଘରେ ବସି ଫ୍ରି’ରେ ମିଳିବ ରାମଲାଲାଙ୍କ ପ୍ରସାଦ, ଏମିତି କରନ୍ତୁ ଅର୍ଡର...

ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ayodhya Ram Mandir Free Prasad Online

Ram Mandir Prasad

ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ଦୀର୍ଘ ସମୟର ଅପେକ୍ଷା ପରେ ପୂରଣ ହେବାକୁ ଯାଉଛି ରାମ ଭକ୍ତଙ୍କ ସ୍ୱପ୍ନ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ସାରା ଦେଶରେ ଦୀପାବଳି ପାଳନ କରାଯିବ। ତେବେ ଏହି ଦିନ ଅଯୋଧ୍ୟାକୁ ନ ଆସିବା ପାଇଁ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଘରେ ରହି ଦୀପାବଳି ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

Advertisment

ତେବେ ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ। ଜାଣନ୍ତୁ ଏହି ସଫ୍ଟୱେର୍ କମ୍ପାନୀ କିପରି ସାରା ଦେଶରେ ପ୍ରସାଦ ବିତରଣ କରିବାକୁ ଦାବି କରୁଛି।

ଅଧିକ ପଢ଼ନ୍ତୁ: ଅଯୋଧ୍ୟାରେ ନେପାଳୀ ବାବାଙ୍କ ମହାଯଜ୍ଞ; ସାମିଲ ହେବେ ୨୧ ହଜାର ପଣ୍ତିତ

Advertisment

KhadiOrganicର ସେଲ୍ସ ହେଡ୍ ଆଦର୍ଶ କହିଛନ୍ତି ଯେ ରାମ ମନ୍ଦିରର ମାଗଣା ପ୍ରସାଦ ବଣ୍ଟନ କରୁଥିବା KhadiOrganic ୱେବସାଇଟ୍ ଡ୍ରିଲମ୍ୟାପ୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଏକ ଅଂଶ। ସେ କହିଛନ୍ତି ଯେ ଏହି କମ୍ପାନୀ ଭାରତରେ ନିର୍ମିତ ଜୈବିକ ସାମଗ୍ରୀକୁ ଆମେରିକା ଏବଂ କାନାଡାରେ ବିକ୍ରି କରିଥାଏ, ଯାହାର ମୁଖ୍ୟ କାର୍ଯ୍ୟାଳୟ ନୋଏଡାରେ ରହିଛି।

ଆଦର୍ଶ କହିଛନ୍ତି ଯେ ତାଙ୍କ ମାଲିକ ଆଶିଷ ସିଂ ପ୍ରାୟ ୨୦-୨୫ ଦିନ ପୂର୍ବରୁ ତାଙ୍କ ସ୍ୱପ୍ନରେ ପ୍ରଭୁ ହନୁମାନଙ୍କୁ ଦେଖିଥିଲେ ଏବଂ ତାଙ୍କୁ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରସାଦ ବାଣ୍ଟିବାକୁ କହିଥିଲେ। ଏହି କାରଣରୁ ଆଶିଷ ସମଗ୍ର ଦେଶରେ ଲୋକଙ୍କୁ ମାଗଣା ପ୍ରସାଦ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଦର୍ଶ କହିଛନ୍ତି ଯେ KhadiOrganic ଏକ ଘରୋଇ କମ୍ପାନୀ। ସେ କହିଛନ୍ତି ଯେ ଜାନୁଆରୀ ୨୨ରେ ତାଙ୍କ କମ୍ପାନୀର ଲୋକମାନେ ପ୍ରସାଦ ନେଇ ରାମ ମନ୍ଦିରକୁ ଯିବେ ଏବଂ ପୂଜାର୍ଚ୍ଚନା କରିବା ପରେ ପ୍ରସାଦ ନେଇ ଆସିବେ। ଏହି ପ୍ରସାଦ ଲୋକଙ୍କୁ ବଣ୍ଟାଯିବ। ସେ କହିଛନ୍ତି ଯେ ପୂର୍ବରୁ କମ୍ପାନୀର ଯୋଜନା ଥିଲା କି ପ୍ରତ୍ୟେକ ଜିଲ୍ଲା ଡାକ୍ତରଖାନାରେ ପ୍ରସାଦ ବଣ୍ଟନ କରାଯିବ। କିନ୍ତୁ ପରେ ଲୋକମାନେ ଫୋନ୍ ଓ ମେସେଜ୍ କରି ରାମଲାଲାଙ୍କ ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବାକୁ କହିଥିଲେ।

ରାମ ମନ୍ଦିରର ପ୍ରସାଦ ବଣ୍ଟିବା ପାଇଁ ସିପ୍ ରକେଟ୍ ପରି ଡେଲିଭରୀ ସଂସ୍ଥା ସହ କମ୍ପାନୀ ଆଲୋଚନା କରୁଛି। ରାମଲାଲାଙ୍କ ପ୍ରସାଦକୁ ଘରକୁ ଘର ପହଞ୍ଚାଇବାର ଆନୁମାନିକ ମୂଲ୍ୟ ୪୦ ରୁ ୬୦ ଟଙ୍କା ମଧ୍ୟରେ ରଖାଯାଇଛି। ତେବେ ଲୋକମାନଙ୍କୁ ପ୍ରସାଦ ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼ିବନି କେବଳ ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ ବୋଲି କହିଛନ୍ତି କମ୍ପାନୀର ସେଲ୍ସ ହେଡ୍‌ ଆଦର୍ଶ।

ଏମିତି କରନ୍ତୁ ପ୍ରସାଦ ଅର୍ଡର

  • ପ୍ରଥମେ khadiorganic.com ୱେବସାଇଟ୍‌କୁ ଯାଆନ୍ତୁ
  • ଏହା ପରେ ମୁଖ୍ୟ ପରଦାରେ ଦୃଶ୍ୟମାନ ହେଉଥିବା Free Prasad ବିକଳ୍ପ ଉପରେ କ୍ଲିକ୍ କରନ୍ତୁ, ପରବର୍ତ୍ତୀ ପୃଷ୍ଠାରେ ମୋବାଇଲ୍ ନମ୍ବର ଦିଅନ୍ତୁ
  • ଯଦି ଆପଣ ଡୋର ଷ୍ଟେପ୍‌ ଡେଲିଭରି ଚାହୁଁଛନ୍ତି ତେବେ ‘ଡେଲିଭରୀ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
  • ଯଦି ଆପଣ ପ୍ରସାଦ କେନ୍ଦ୍ରରୁ ପ୍ରସାଦ ନେବାକୁ ଚାହୁଁଛନ୍ତି ତେବେ ଆପଣ ‘Pickup from distribution center’ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆପଣ ନାମ, ଠିକଣା, ଫୋନ୍ ନମ୍ବର ଦେବେ। ଏହା ସହ ଆପଣ ଡେଲିଭରୀ ଚାର୍ଜ ଦେବେ।

ଅଧିକ ପଢ଼ନ୍ତୁ: ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛି ଉପହାରର ସୁଅ, ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ

Ayodhya Ram Mandir
Advertisment
Advertisment